କାଲିଫର୍ନିଆରେ ଛୁଟି ମନାଉଛନ୍ତି ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ଭଲପାଇବା ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ  ଚର୍ଚ୍ଚାରେ ରହିଥାଏ। ନିଜର ରୋମାଣ୍ଟିକ୍‌ ବଣ୍ଡିଂ ହେଉ କି ଯୁଆଡ଼େ ବୁଲିବାକୁ ଯାଆନ୍ତୁ ନା କାହିଁକି ପ୍ରିୟଙ୍କା ଏବଂ ନିକ୍‌ ଫ୍ୟାନ୍‌ମାନଙ୍କୁ ଏ ସମ୍ପର୍କରେ ଜଣାଇବାକୁ ଆଦୌ ଭୁଲନ୍ତି ନାହିଁ। ଲଗାତର ସୋସିଆଲ ମିଡିଆରେ ଫ୍ୟାନମାନଙ୍କୁ ପ୍ରତିଟି ବିଷୟରେ ଜଣାଇଥାନ୍ତି। ଏବେ ଏହି ଦୁଇଜଣ କାଲିଫର୍ନିଆର ବରଫାବୃତ୍ତ ଅଞ୍ଚଳରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ଦୁହେଁ ଦୁହିଁଙ୍କ ହାତ ଧରି ବରଫାଚ୍ଛନ୍ନ ଅଞ୍ଚଳରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଚାରିପଟରେ ବରଫର ପାହାଡ଼ ଆଉ ଗଛ ରହିଛି। ବଡ଼ଦିନ ଉପଲକ୍ଷେ ନିକ୍‌ ପ୍ରିୟଙ୍କାଙ୍କୁ ସ୍ନୋମୋବାଇଲ୍‌ ଗିଫ୍ଟ କରିଛନ୍ତି, ଯାହାକୁ ପ୍ରିୟଙ୍କା ଚଳାଉଥିବା ଦେଖିବାକୁ ମିଳିଛି। ଏ ତ ଗଲା ବ୍ୟକ୍ତିଗତ କଥା। ପ୍ରିୟଙ୍କା ଏବେ ତାଙ୍କର ଆଗାମୀ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର୍‌’ ଶୁଟିଂରେ ବ୍ୟସ୍ତ ରହୁଛନ୍ତି। ପ୍ରିୟଙ୍କାଙ୍କ ସହିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ ଅଭିନୟ କରୁଛନ୍ତି।

Share