Categories: ଖେଳ

କାଲିଫର୍ନିଆରେ ଭୂକମ୍ପ: ଏନ୍‌ବିଏ ଲିଗ୍‌ ଗେମ୍‌ ବାତିଲ

ଲସ୍‌ ଏଞ୍ଜେଲ୍ସ,୬।୭(ଏଏଫ୍‌ପି)- ନ୍ୟୁୟର୍କ କ୍ନିକ୍ସ ଓ ନ୍ୟୁ ଓର୍ଲେନ୍ସ ପଲିକାନ୍ସ ମଧ୍ୟରେ ଲାସ୍‌ ଭେଗାସଠାରେ ଖେଳାଯାଇଥିବା ପ୍ରଦର୍ଶନୀ ମ୍ୟାଚ୍‌କୁ ଅଧାରୁ ବାତିଲ କରାଯାଇଛି। କାଲିଫର୍ନିଆ ଓ ଓ୍ବେଷ୍ଟର୍ନ ନେଭଡାଠାରେ ଭୂକମ୍ପ ଯୋଗୁ ଆୟୋଜକ ଏଭଳି ନିଷ୍ପତ୍ତି ନେଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୧ ରହିଛି। ପ୍ରଦର୍ଶନୀ ମ୍ୟାଚ୍‌ର ଅନ୍ତିମ ୮ ମିନିଟ୍‌ ପୂର୍ବରୁ ଥୋମାସ ଓ ମ୍ୟାକ ସେଣ୍ଟରଠାରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ୧୦ ସେକେଣ୍ଡ ଧରି ଚାଲିଥିବା ଭୂକମ୍ପ ଲାଗି ଦର୍ଶକମାନେ ଷ୍ଟାଡିୟମ୍‌ ଛାଡ଼ି ପଳାଇଥିଲେ। ମ୍ୟାଚ୍‌ ବାତିଲ ହେବା ସୁଦ୍ଧା ନ୍ୟୁ ଓର୍ଲେନ୍ସ ୮୦- ୭୪ ବ୍ୟବଧାନରେ ଆଗୁଆ ରହିଥିଲା।

Share