କାଲିଫର୍ନିଆ ଜଙ୍ଗଲରେ ନିଆଁ: ଅନ୍ଧାରରେ ୨ ଲକ୍ଷ ପରିବାର

କଲିଫର୍ନିଆ,୨୫।୧୦: ଆମେରିକାର କାଲିଫର୍ନିଆରେ ଥିବା ଜଙ୍ଗଲରେ ଗତ ବୁଧବାର ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏହା ଏବେ ଏତେ ଭୟଙ୍କର ହୋଇଯାଇଛି ଯେ ସୁରକ୍ଷା ଦୃଷ୍ଟିରୁ ଏହାର ଆଖପାଖରେ ରହୁଥିବା ପ୍ରାୟ ୨ ଲକ୍ଷ ପରିବାରଙ୍କ ବିଦ୍ୟୁତ ସଂଯୋଗକୁ କାଟି ଦିଆଯାଇଛି। ସୂଚନାଯୋଗ୍ୟ, ଏହି ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୫ ଶହ ଅଗ୍ନିଶମ କର୍ମଚାରୀ, ୫୦ ଇଞ୍ଜିନ, ୮ ଏୟାର ଟ୍ୟାଙ୍କର ଆଦିକୁ ନିୟୋଜିତ କରାଯାଇଛି। ଏହି ନିଅଁା ଧିରେ ଧିରେ ଜନବସତି ଆଡକୁ ମାଡିବାରେ ଲାଗିଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହାଇଛି। କାରଣ ଏହା ୨୦ ମିନିଟରେ ପାଖାପାଖି ୨୦୦ ଏକର ପର୍ଯ୍ୟନ୍ତ ବ୍ୟାପି ଯାଇଥିବାରୁ ଏହା ନିକଟବର୍ତ୍ତି ଅଞ୍ଚଳର ଲୋକଙ୍କୁ ସେଠାରୁ ଖାଲି କରାଯାଇଛି।

Share