କାଲିଫର୍ନିଆ ସ୍କୁଲ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ

କାଲିଫର୍ନିଆ,୧୬।୧୧: ଆମେରିକାର କାଲିଫର୍ନିଆରେ ଘଟିଥିବା ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କର ବୟସ ୧୬ ବର୍ଷ ଥିବା ବେଳେ ସେ କାଲିଫର୍ନିଆର ଏକ ହାଇ ସ୍କୁଲରେ ଶୁକ୍ରବାର ଗୁଳିକାଣ୍ଡ ଘଟାଇଥିଲେ। ଏହି ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିଲେ। ତେବେ ଗୁଳିକାଣ୍ଡ ପରେ ଅଭିଯୁକ୍ତ ଜଣକ ନିଜକୁ ମଧ୍ୟ ଗୁଳି କରିଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ କେଉଁ କାରଣ ପାଇଁ ସେ ସ୍କୁଲ ପରିସରରେ ଏଭଳି କାଣ୍ଡ ଘଟାଇଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share