କାଲି ଦିନ୧୧ରୁ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆନ୍ତଃ ରାଜ୍ୟ ବସ୍‌ ଚଳାଚଳ ବନ୍ଦ ପରେ ମଙ୍ଗଳବାରଠାରୁ ଆନ୍ତଃ ଜିଲା ବସ୍‌ ଚଳାଚଳ ବନ୍ଦ କରାଯାଇଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ୧୧ଟାରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟତମାମ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି ସୋମବାର ଗୀତ ଗୋବିନ୍ଦ ସଦନରୁ ଖବରଦାତା ସମ୍ମିଳନୀରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି। ସୋମବାର ରାତି ୧୨ଟାରୁ ସମସ୍ତ ସିଟି ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ବାଗ୍‌ଚୀ କହିଛନ୍ତି।

Share