କାଲେରୁ ସେତୁ ଉଦ୍‌ଘାଟିତ

କାଲିମେଳା/ଏମ୍‌ଭି-୭୯(ଡି.ଏନ୍‌.ଏ.): ବହୁ ପ୍ରତିକ୍ଷୀତ କାଲେରୁ ସେତୁ ଗୁରୁବାର ଉଦ୍‌ଘାଟିତ ହୋଇଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ସେତୁର ଉଦ୍‌ଘାଟନ ବେଳେ ଉଭୟ ଓଡିଶା ଓ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏଥିସହ ଓଡିଶା ପଟୁ ନିର୍ମାଣ କରାଯାଇଥିବା ୩୨୦ ମିଟର ରସ୍ତାକୁ ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି।