କାଳବୈଶାଖୀର କରାଳ ରୂପ, ଉଜୁଡ଼ିଗଲା ଫସଲ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଧାନ ଓ ପରିବା ଅଭାବୀ ବିକ୍ରି ସାଧାରଣରେ ପରିଣତ ହୋଇଛି। ଅନ୍ୟପଟେ କେତେବେଳେ ବର୍ଷାଭାବ ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଫସଲ ଧୂଳିସାତ୍‌ ହୋଇ ଯାଉଛି। ଅନୁରୂପଭାବେ ଶନିବାର ବିଳମ୍ବିତ ରାତିରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଉଭୟ ଧାନ ଏବଂ ପରିବା ଫସଲ ଉଜୁଡ଼ି ଯାଇଛି। ଝଡ଼ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହେବା ଯୋଗୁ ଧାନ ଫସଲ ଅଧିକ ପ୍ରଭାବିତ ହୋଇଥିବାବେଳେ ଗଛରୁ ଆମ୍ବ ମଧ୍ୟ ଝଡ଼ି ନଷ୍ଟ ହୋଇପଡ଼ିଛି। ଏହାକୁ ନେଇ ଚାଷୀକୁଳ ହତାଶ ହୋଇପଡ଼ିଛି।
ଜିଲାର ଭେଡେନ ବ୍ଲକର ୪ପଞ୍ଚାୟତ ରେଶମ, ଅଇଁଲାପାଲି, ଅରେଇଗୁଡ଼ି ଏବଂ ଲୁହାଖଣ୍ଡିରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା। ମଧ୍ୟରାତ୍ରିରେ ଝଡ଼ତୋଫାନ ସହିତ କୁଆପଥର ବୃଷ୍ଟି ହୋଇଥିଲା। ଫଳରେ ସମ୍ପୃକ୍ତ ଅଞ୍ଚଳର ଅନେକ ଧାନ ଫସଲ ସେଥିରେ ପ୍ରଭାବିତ ହୋଇଛି। କୁଆପଥର ବୃଷ୍ଟି ଯୋଗୁ ଧାନଗଛ ଗୁଡ଼ିକ ମାତ୍ରାଧିକଭାବେ ନଷ୍ଟ ହୋଇପଡ଼ିଛି। ସେହିପରି ଧାନକ୍ଷେତରେ ଗଛଗୁଡ଼ିକ ଢ଼ଳି ପଡ଼ିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଧାନ କ୍ଷେତକୁ ବିଦ୍ୟୁତ ତାର ଓହଳି ପଡ଼ିଥିବା ଯୋଗୁ ସମ୍ପୃକ୍ତ ଅଞ୍ଚଳ ବିପଦଶଙ୍କୁଳ ହୋଇପଡ଼ିଛି। ରେଶମ ଗ୍ରାମର ଅଧିକାରୀ ପାତ୍ରଙ୍କ ଧାନକ୍ଷେତରେ ଗଛ ଢ଼ଳି ପଡ଼ିଛି। ଅନୁରୂପଭାବେ ଅଇଁଲାପାଲି ଗ୍ରାମର ନିର୍ମଳ ପ୍ରଧାନ, ଧୁବେନପାଲି ଗ୍ରାମର ଗଣ୍ଡାରାମ ଦାଶଙ୍କ ସମେତ ଅଞ୍ଚଳର ଅଧିକାଂଶ ଚାଷୀଙ୍କ ଧାନ ଫସଲ କାଳବୈଶାଖୀର ପ୍ରଭାବରେ ଧୂଳିସାତ୍‌ ହୋଇପଡ଼ିଛି।
ସେହିପରି କାଳବୈଶାଖୀ ଯୋଗୁ ଗଛରୁ ଆମ୍ବ ଝଡ଼ି ନଷ୍ଟ ହୋଇଯାଇଥିବା ଯୋଗୁ ଆମ୍ବଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ବିଗତବର୍ଷ ତୁଳନାରେ ଏଥର ଆମ୍ବଗଛ ଗୁଡ଼ିକରେ ପର୍ଯ୍ୟାପ୍ତ ଆମ୍ବ ଆସିଥିଲା। କିନ୍ତୁ ତାହା ଅମଳ ଅବସ୍ଥାକୁ ଆସୁଥିବାବେଳେ କାଳବୈଶାଖୀର ପ୍ରଭାବରେ ଝଡ଼ି ନଷ୍ଟ ହୋଇଯାଇଛି। ଅମ୍ବାଭୋନା, ଭଟଲି ସମେତ ବିଭିନ୍ନ ଅଞ୍ଚଳରେ ପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ କେବଳ ଭେଡ଼େନ, ଅମ୍ବାଭୋନା କିମ୍ବା ଭଟଲି ବ୍ଲକ ନୁହେଁ, ଜିଲାର ଅନ୍ୟ ଅଞ୍ଚଳରେ ମଧ୍ୟ କାଳବୈଶାଖୀରେ ଫସଲ ପ୍ରଭାବିତ ହୋଇଥିବାରୁ ଚାଷୀମାନେ ଭାଙ୍ଗି ପଡ଼ିଛନ୍ତି। କାଳବୈଶାଖୀରେ ପ୍ରଭାବିତ ଫସଲର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଭେଡ଼େନ ଅଞ୍ଚଳର ଚାଷୀନେତା ସୁଦାମ ପାତ୍ର ଦାବି କରିଛନ୍ତି। ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ସେହିପରି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ(ଏଡିଏଚ୍‌) ଗୋବିନ୍ଦ ପଣ୍ଡାଙ୍କୁ ପଚାରିବାରୁ ଭଟଲି ଏବଂ ଅମ୍ବାଭୋନା ବ୍ଲକର ଚାଷୀମାନେ ସେମାନଙ୍କ ପରିବା ଫସଲକ୍ଷତି ନେଇ ଫୋନ କରିଥିଲେ। ବିଭାଗୀୟ କର୍ମଚାରୀଙ୍କୁ ପ୍ରଭାବିତ କ୍ଷେତ୍ର ପରିଦର୍ଶନ ସହିତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେମାନେ ଫେରିବା ପରେ କ୍ଷୟକ୍ଷତି ଉପରେ ଜଣାପଡ଼ିବ ବୋଲି ପଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ୪୦ ବର୍ଷ ପୁରୁଣା ହାଇସ୍କୁଲ; ଫୋନ୍‌ ଉଠାଉନାହାନ୍ତି ପ୍ରଧାନଶିକ୍ଷକ; ଧମକ ଦେଉଛନ୍ତି …

ସରଣ୍ଡା,୨୬।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଳକ ବାବେବିରା ହାଇସ୍କୁଲ ଗତ ୨ ଶିକ୍ଷାବର୍ଷ ହେଲା ବନ୍ଦ ହୋଇ ରହିଛି। ଏଠାକାର ୪ ଜଣ...

ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାର ଗୋଡ଼କୁ ଝୁଣି ଖାଇଲା କୁକୁର, ତଦନ୍ତ ଆରମ୍ଭ କଲା ସୁନ୍ଦରଗଡ଼ ପୋଲିସ

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ମହେଶଡିହିସ୍ଥିତ ଥିମ ପାର୍କ ନିକଟରୁ ବୁଧବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ଟାଉନ ଥାନା ପୋଲିସ ଜବତ...

ଜରୁରୀକାଳୀନ ପରିସ୍ଥିତିର ୨୧ ବନ୍ଦୀଙ୍କୁ ମିଳିବ ପେନ୍‌ସନ୍‌

ଭୁବନେଶ୍ୱର,୨୬ା୩(ସୁନିତ୍‌ ମିଶ୍ର): ଜରୁରୀକାଳୀନ ପରିସ୍ଥିତି ସମୟର ବନ୍ଦୀମାନଙ୍କୁ ପେନ୍‌ସନ୍‌ ଦେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ବିବୃତ୍ତି ରଖିଛନ୍ତି। ୨୫ ଜୁନ୍‌...

ମଧ୍ୟାହ୍ନଭୋଜନରେ ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଚାଉଳ ଲଡୁ

ଭୁବନେଶ୍ୱର,୨୬ା୩(ସୁଚିସ୍ମିତା ସାହୁ): ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପିଲାଙ୍କୁ ଦିଆଯିବ ପୋଷଣ ଯୁକ୍ତ ଚାଉଳ ଲଡୁ। ପ୍ରଥମରୁ ଦଶମଶ୍ରେଣୀ ପଯର୍ର୍‌ୟନ୍ତ ପାଠପଢ଼ୁଥିବା ପିଲାମାନେ ଏହାକୁ ଖାଇବେ। ଏପ୍ରିଲ...

ମଙ୍ଗଳବାର ବ୍ୟତୀତ ଅନ୍ୟ ସବୁଦିନ ଚାଲିବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୬ା୩ (ଅନୁରାଧା ମହାରଣା) – ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ରାଉରକେଲା-ପୁରୀ-ରାଉରକେଲା (୨୦୮୩୫) ଓ ପୁରୀ-ରାଉରକେଲା-ପୁରୀ (୨୦୮୩୬) ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ସେବା...

ବିଲରୁ ବିରି ଖାଇଦେଲା ବୋଲି ଶୁଆକୁ ଫାଶି ଦେଇ କରିଥିଲେ ରିଲ୍ସ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୬।୩ (ବନ୍ଦନା ସେଠୀ ) – ବିଲରୁ ବିରି ଖାଇଦେବାରୁ ଶୁଆକୁ ଫାଶୀ ଦେବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ...

ରାସ୍ତା ପାର ହେଉଥିବା ବେଳେ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ ଚାଳକ

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗତ ୭ ତାରିଖ ରାତି ପ୍ରାୟ ସାଢ଼େ ୮...

ଭୟଭୀତ ହୋଇ ବିଶୃଙ୍ଖଳା କରୁଛନ୍ତି, ବିରୋଧୀ ଦଳର ଭୂମିକାକୁ ନିନ୍ଦା କରୁଛି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ୨୦୨୫-୨୬ ଗୃହ ବିଭାଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image