ନିରାକାରପୁର,୫।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶୁକ୍ରବାର ପାର୍ବଣର ସପ୍ତମୀ ତିଥିରେ ମା’ ଉଗ୍ରତାରା କାଳରାତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମା’ଙ୍କର ଏହି ବେଶ ଦେଖିବାକୁ ଭକ୍ତଙ୍କ ସମାଗମ ଲାଗିରହିଥିଲା। ପ୍ରତ୍ୟୁଷରୁ ମା’ଙ୍କୁ ରୀତିନୀତି ଅନୁସାରେ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏହା ପରେ ମଙ୍ଗଳ ଆଳତିରେ ଶୁଖିଲି ଭୋଗ, ଫଳ ଲାଗି କରାଯାଇଥିଲା। ମଧ୍ୟାହ୍ନ ଧୂପରେ ଅନ୍ନ ଡାଲିି, ଖିରି, ଖଟା, ମାଛ ବେସର ଓ ମାଛ ପୋଡାବଳି ଅର୍ପଣ କାରାଯାଇଥିଲା। ନିଶାର୍ଦ୍ଧରେ ମା’ଙ୍କ ଗୁପ୍ତ ନୀତି ପୂଜା ଅନୁଷ୍ଠିତ ହେବ। ସେହିପରି ଡିଆ ପଞ୍ଚାୟତସ୍ଥିତ ଭୋଇସାହି ଗ୍ରାମରେ ଥିବା ମା’ ନାରାୟଣୀଙ୍କ ପୀଠରେ ମଧ୍ୟ ମହାସପ୍ତମୀ ପୂଜା ଭୋଇ ପରିବାର ପକ୍ଷରୁ ପାଳିତ ହୋଇଛି ।