କାଳିଆଙ୍କ ଅବସ୍ଥା ଗୁରୁତର: ଭେଣ୍ଟିଲେଟରରେ ରଖାଯାଇ ଚାଲିଛି ଚିକିତ୍ସା

କଟକ ଅଫିସ, ୨୬।୯: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଯମଜ ଶିଶୁ ଜଗା କାଳିଆ। ଗୁରୁବାର କାଳିଆଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍‌ ଦ୍ୱାରା କାଳିଆଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

Share