କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ୪ ହାତୀଙ୍କ ଉପଦ୍ରବ: ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଥିବା ଅଭିଯୋଗ

ତେଲକୋଇ, ୩।୯(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନର କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ପଲ ଘର ଭାଙ୍ଗିଛନ୍ତି। ଉକ୍ତ ଅଞ୍ଚଳର ରାଇସୁଆ ପଞ୍ଚାୟତ ଅଧୀନ ନୂଆଗାଁରେ ଗତ ସୋମବାର ୪ଟି ହାତୀ ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଘରୁ ଧାନ ଚାଉଳ ଖାଇ ଦେଇଥିବା ଅଭିଯୋଗ ହୋଇଛି। ନୂଆଁଗା ଗ୍ରାମର ଲକ୍ଷ୍ମଣ ଟୁଡୁ ,ମୋହନ ହେମ୍ବ୍ରମ, ଗାଗାରାଇ ସିଙ୍ଗରାଙ୍କ ଘର ଭାଙ୍ଗିଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ହାତୀ କବଳରୁ ଉକ୍ତ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଅଞ୍ଚଳରେ ହାତୀ ରହିବା ସହିତ ଧାନ କ୍ଷେତ ଓ ରାତି ସମୟରେ ଗ୍ରାମରେ ପଶୁଥିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବନାଞ୍ଚଳ ଅଧିକାରୀ ଏହି ଅଞ୍ଚଳର ହାତୀ ପଲଙ୍କ ଯାତାୟାତ ପାଇଁ ଉଦ୍ୟମ କରୁଥିବା ପିତାମ୍ବର ନାୟକ କହିଛନ୍ତି । ତେବେ ବଣୁଆ ହାତୀ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ଜଙ୍ଗଲ ଅଧୀନରେ ଥିବା ବସ୍ତିଙ୍କୁ ଜଙ୍ଗଲ ସୁରକ୍ଷା କମିଟି ମାଧ୍ୟମରେ ସଚେତନତା କରୁଥିବା କହିଛନ୍ତି।

Share