କାଳିଆ ଯୋଜନା: ନଭେମ୍ବରରେ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ୱିତୀୟ କିସ୍ତି ଟଙ୍କା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠୀଙ୍କ ସହ ଆଲୋଚନା ପରେ ମଙ୍ଗଳବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟରୁ ଆରମ୍ଭ ହୋଇଥିବା ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ସରିଛି। ଯୋଗ୍ୟ ହିତାଧିକାରୀଙ୍କୁ ନଭେମ୍ବରରେ ଟଙ୍କା ମିଳିବ। ତେବେ ସେ କେତେ ଯୋଗ୍ୟ କେତେ ଅଯୋଗ୍ୟ ସେ ନେଇ କୌଣସି ସୂଚନା ଦେଇନାହାନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ୫୧ ଲକ୍ଷ ୫ ହଜାର ୨୯୦ଜଣ ହିତାଧିକାରୀ ବିଭିନ୍ନ ବର୍ଗରେ ସହାୟତା ପାଇଥିଲେ। ହେଲେ ଚଳିତ ଅଗଷ୍ଟ ୬ ରୁ ୩୧ ମଧ୍ୟରେ ରାଜ୍ୟର ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ସହାୟତା ପାଇଥିବା ଜଣାପଡ଼ିଥିଲା। ସେଥିରେ ୧୨ହଜାର ବଡ଼ଚାଷୀଙ୍କଠାରୁ କିଭଳି ସହାୟତା ଫେରସ୍ତ ଆସିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଥିଲା।

Share