କାଳିପୂଜା ପାଇଁ ଉତ୍ସବ ମୁଖର ଆନନ୍ଦପୁର

ଆନନ୍ଦପୁର,୨୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ବିଭିନ୍ନ ସ୍ଥାନ ମା’ କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ଆନନ୍ଦପୁର ବଡଦାଣ୍ଡଠାରେ ସାର୍ବଜନୀନ କାଳିପୂଜା ବେଶ ଧୁମ୍‌ଧାମରେ ପାଳିତ ହେଉଛି। ରଙ୍ଗୀନ ଆଲୋକ ମାଳା ସଦୃଶ ତୋରଣ ପୂଜା ମଣ୍ଡପକୁ ବେଶ ଆକର୍ଷିତ କରୁଛି। ମା’ଙ୍କୁ ଦେଖିବା ଲାଗି ଭକ୍ତଙ୍କ ଭିଡ ପରିଲକ୍ଷିତ ହେଉଛି।