Advertisement

କାଳିମେଘାରୁ ନାଗ ସହ ୧୩ ଛୁଆ ଉଦ୍ଧାର

ତିହିଡ଼ି, ୨୦।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ କାଳିମେଘା ଗ୍ରାମର ଭାଗବତ ବାରିକଙ୍କ ଘରୁ ଗୁରୁବାର ଗୋଟିଏ ନାଗ ସହ ୧୩ ଛୁଆ ଉଦ୍ଧାର କରାଯାଇଛି। ଘରେ ନାଗ ଛୁଆ ବୁଲୁଥିବାର ଭାଗବତ ଦେଖିବାକୁ ପାଇଥିଲେ। ଘରେ ନାଗଛୁଆ ରହୁଥିବା ସନ୍ଦେହ କରି ସେ ସାପଧରାଳି ସେକ୍‌ ମିର୍ଜାଙ୍କୁ ଖବର ଦେଇଥିଲେ। ମିର୍ଜା ତାଙ୍କ ଘରେ ପହଞ୍ଚତ୍ ଘର କାନ୍ଥ ଓ ଚଟାଣ ଖୋଳି ନାଗ, ଛୁଆଙ୍କୁ ଉଦ୍ଧାର କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel