କାଳି ମନ୍ଦିରରେ ତାଲା ଭାଙ୍ଗି ଲୁଟ୍‌: ମା’ଙ୍କ ଟଙ୍କା,ସୁନା, ରୁପା ନେଇଗଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଆରମ୍ଭ

ପାଟପୁର,୧୯।୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଳାସପୁର କାଳୀ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସାରା ଅଞ୍ଚଳରେ ଲକ୍‌ଡାଉନ୍‌ ଚାଲିଥିବା ସମୟରେ ମନ୍ଦିର ଗୁଡିକ ବନ୍ଦ ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ମନ୍ଦିର ଭିତରେ ପଶିଥିଲେ। ମନ୍ଦିରର ଥିବା ରୁପା, ସୁନା, ମୁଖ୍ୟ ବାକ୍ସ, ମା’ଙ୍କ ଅଳଙ୍କାର ଓ ହୁଣ୍ଡି ଆଦି ଭାଙ୍ଗି ଟଙ୍କା ନେଇଯାଇଥିବା ବେଳେ ମା’ଙ୍କ ଲୁଗାପଟା ଏଣେତେଣେ ଫୋପାଡ଼ିଥିବା ଦେଖାଯାଇଛି। ତେବେ ମୁଖ୍ୟ ବାକ୍ସଟି ଘୋଡ଼ାହାଡ଼ ନଦୀ କଡ଼ରେ ପଡ଼ିଥିବା ଜଣାପଡ଼ିଛି। ଖବର ପାଇ ପାଟପୁର ଥାନା ଏସ୍‌ଆଇ ଶୁଭ୍ରଜିତ ସାମନ୍ତରାୟ ସଦଳବଳେ କାଳୀ ମନ୍ଦିର ପରିସରରେ ପହଞ୍ଚି ତଦନ୍ତକରି ଫେରିଥିବା ଜଣାପଡ଼ିଛି।

Share