କାଳୀପୂଜା ପ୍ରସ୍ତୁତି ଆରମ୍ଭ : ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଯାଜପୁର ରୋଡ,୧୪ା୧୦(ନି.ପ୍ର.): କାଳୀପୂଜାକୁ ସରସ ସୁନ୍ଦର କରିବା ନେଇ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାସ୍ତ୍ର ଅନୁସାରେ କୁମାର ପୂର୍ଣ୍ଣିମା ଦିନରୁ ମା’ କାଳୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠିବାର ପରମ୍ପରା ରହିଛି। ଏହି କ୍ରମରେ ରବିବାର ଯାଜପୁର ରୋଡ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ବୈତରଣୀ ନଦୀ ପୀଠ, ଶ୍ମଶାନ ଓ ବିଭିନ୍ନ ପବିତ୍ର ସ୍ଥାନରୁ ମାଟି ଉଠାଯାଇଛି। ସୋମବାର ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଛାଞ୍ଚ ବନ୍ଧା କାମ ଆରମ୍ଭ ହେବ ା ଏଥିପାଇଁ ଶିଳ୍ପୀ ଓ ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ସହରର ସର୍ବପୁରାତନ ବସ-ଷ୍ଟାଣ୍ଡ, ଚୋରଦା, ଆର୍ୟନ କ୍ଲବ୍‌, ରେଳବାଇ, କୋପଣ୍ଡ, ନିଉ ମାର୍କେଟ୍‌, ଷ୍ଟିଲ୍‌ ସିଟି, ବ୍ୟାଙ୍କ ଷ୍ଟ୍ରିଟ୍‌, ଧବଳଗିରି, ଗୋପବନ୍ଧୁ ମାର୍ଗ, ରାଧାନାଥ ମାର୍ଗ ଓ କହ୍ନେଇପୁର ପ୍ରଭୃତି ପୂଜା ମଣ୍ଡପରେ ମାଟି ଉଠା କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି। ଚୋରଦା କମିଟି ପକ୍ଷରୁ ଚୋରଦା ଶ୍ମଶାନ, କୋପଣ୍ଡର ବ୍ୟାସସରୋବର ପୀଠ, ଆର୍ୟନ କ୍ଲବ୍‌ ଓ ଷ୍ଟିଲ୍‌ ସିଟି କ୍ଲବ୍‌ ପକ୍ଷରୁ ବୈତରଣୀ ନଦୀର ଲିଙ୍ଗେଶ୍ୱର ଘା