କାଳ ବୈଶାଖୀରେ ଭାଙ୍ଗିଲା ଘର

ଚମ୍ପୁଆ,୨୯ା୫(ଡି.ଏନ.ଏ.): କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବାସୁଦେବପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷା ସହ ପ୍ରବଳ ବେଗରେ ପବନ ହେବାରୁ ଗ୍ରାମର ତ୍ରିବନ ମୁଣ୍ଡା, ଗୀତା ତିହୁ, ଦାଶରଥି କାରୁଆଙ୍କର ଘର ଭାଙ୍ଗି ଯାଇଛି। ଏପରିକି ବଡ ବଡ ଗଛ ମଧ୍ୟ ଏହି ପବନରେ ଧରାଶାୟୀ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ବିଦ୍ୟୁତ ସରବରାହ ମଧ୍ୟ ପ୍ରଭାବିତ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଅପରାହ୍ନରେ ଘଣ୍ଟା ପ୍ରତି ୮୦ ରୁ ୧୦୦ କି.ମି. ବେଗରେ ପବନ ବହିବାରୁ ଏହି କ୍ଷୟକ୍ଷତି ହୋଇଛି।

Share