କାଳ ବୈଶାଖୀ ପ୍ରଭାବରେ କୁଆପଥର ମାଡ: ପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା

କେନ୍ଦୁଝର, ୨୨ା୪(ସ୍ବ.ପ୍ର.): ମହାମାରୀ କରୋନା ନେଇ କେନ୍ଦୁଝର ଜିଲାର ପରିବା ଚାଷୀମାନେ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହେବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଅନେକ ଅଞ୍ଚଳରେ ଗଛ ଉପୁଡି ପଡିଥିବା ବେଳେ ଆମ୍ବ ଝଡିଯାଇଛି। ଝୁମ୍ପରା ବ୍ଲକ ନାରଦପୁର ପଞ୍ଚାୟତର ବଳଭଦ୍ରପୁର, ନାରଦପୁର, ଆଙ୍ଗୁଳିଆ, ଜଗନ୍ନାଥପୁର, ଧନୁର୍ଜୟପୁର ଏବଂ ଆଖପାଖ ଗାଁରେ ଥିବା ଚାଳ ଛପର ନିମିଷକେ ପବନରେ ଉଡି ଛାରଖାର କରିଦେଇଥିଲା। କୁଆପଥର ମାଡରେ ଚାଷୀଙ୍କ ବିଲାତି, ବାଇଗଣ, ବନ୍ଧାକୋବି, ଭେଣ୍ଡି, ଜହ୍ନି, ବୋଇତାଳୁ ଚାଷ ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ କ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।

Share