କାଳ ସାଜିଛି ଲଗାଣବର୍ଷା : କାନ୍ଥପଡ଼ି ଜଣକ ଜୀବନ ଗଲା

ପୁରୀ ଅଫିସ,୨୫।୧୦: ଲଘୁଚାପ ଜନିତ ଲଗାଣବର୍ଷା କାଳ ସାଜିଥିବାବେଳେ ଶୁକ୍ରବାର ସକାଳେ ସହରର କୁମ୍ଭକାର ନିଯୋଗ ସମ୍ପାଦକ ରସାନନ୍ଦ ବିଷୋୟୀଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାଙ୍କର ଜୀବନ ଚାଲିଯାଇଛି। ଆଜି ସକାଳେ ସେ କୁଡୁଆ ତିଆରି କରିବା ପାଇଁ ଶାଳଘରକୁ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ଘର କାନ୍ଥ ଭୁଶୁଡି ପଡ଼ିଥିଲା। ଫଳରେ ସେ କାନ୍ଥ ତଳେ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ କୁମ୍ଭକାର ନିଯୋଗ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

Share