ରାୟଗଡ଼ା ଅଫିସ/ ଟିକିରି,୨୩।୭(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶିପୁର ବ୍ଲକରେ ଝାଡ଼ାବାନ୍ତି ଥମିବାର ନାଁ ଧରୁନି। ଏଥିରେ ଆଉ ଜଣଙ୍କର ଜୀବନ ଯାଇଛି। ମୃତକ ହେଉଛନ୍ତି ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଘାଗୁଡ଼ା ଗ୍ରାମର ଅର୍ଜୁନ ଜାନି (୫୫)। ୧୯ତାରିଖରେ ତାଙ୍କୁ ଝାଡାବାନ୍ତି ହେଉଥିଲା। ଡାକ୍ତରୀ ଟିମ ମେଡିସିନ ଦେବାପରେ କମିଯାଇଥିଲା। ହେଲେ ଶୁକ୍ରବାର ରାତିରେ ସେ ଖାଇପିଇ ଶୋଇଥିଲେ ହେଁ ବିଳମ୍ବିତ ରାତିରେ ତାଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପରେ ମୃତ୍ୟୁ ଘଟିଥିଲା। ଉକ୍ତ ଗାଁର ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।