କାଶ ଭଲକରେ ପାନ

ପାନକୁ ବିଭିନ୍ନ ଢଙ୍ଗରେ ଖିଆଯାଇଥାଏ। କେହି କେହି ଖାଲି ପାନ ସହ ଗୁଆ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ବିନା ଚୂନରେ ପାନ ଖାଇଥାଆନ୍ତି। ତେବେ ଶୀତଦିନେ ଦେଖାଯାଉଥିବା କିଛି ସାଧାରଣ ସମସ୍ୟାକୁ ଠିକ୍‌ କରିଥାଏ ପାନ। ଆୟୁର୍ବେଦ ଅନୁଯାୟୀ, ପାନରେ ରହିଛି ଅନେକ ଔଷଧୀୟ ଗୁଣ। ହେଲେ ଏହାକୁ ଠିକ୍‌ ଭାବେ ଖାଇଲେ ଏହାର ସୁଫଳ ମିଳିଥାଏ।
କାଶ: ଏହି ସମସ୍ୟା ଦେଖାଦେଲେ ପାଖାପାଖି ୧୫ଟି ପାନପତ୍ରକୁ ଏକ ଗ୍ଲାସ ପାଣିରେ ଭିଜାଇ ରଖି ଏହାକୁ ସିଝାଇ ନେବା। ଦିନରେ ଏହି ପାଣିକୁ ୩ରୁ ୪ ଥର ପିଇଲେ କାଶ ଠିକ୍‌ ହୋଇଥାଏ।
ବ୍ରୋଙ୍କାଇଟିସ୍‌: ସେହିପରି ପାନ ସହ ମିଶ୍ରି ମିଶାଇ ସିଝାଇବା ପରେ ଏହି ପାଣିକୁ ପିଇଲେ ବ୍ରୋଙ୍କାଇଟିସ୍‌ ସମସ୍ୟା ଠିକ୍‌ ହୋଇଥାଏ ବୋଲି କୁହାଯାଏ।
ଯେଉଁମାନଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁଛି ସେମାନେ ନିୟମିତ ପାନ ସିଝା ପାଣି ପିଇବା ଭଲ। ତେବେ ଏସବୁ ବ୍ୟବହାର କରିବା ପୂର୍ବରୁ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ।