Categories: ଜାତୀୟ

କାହାକୁ ଜିତାଇବ ପଚାରିଲେ ସ୍ବପ୍ନା ଚୌଧୁରୀ: ଲୋକେ କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସେଲିବ୍ରିଟିଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଯାଇଛି। ଏହି ମର୍ମରେ ଭାଜପା ପାଇଁ ପ୍ରଚାର କରୁଥିବା ସିଙ୍ଗର ଡ୍ୟାନ୍ସର ସ୍ବପ୍ନା ଚୌଧୁରୀ ଉପସ୍ଥିତ ଲୋକଙ୍କୁ କାହାକୁ ଜିତାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଏହାର ଉତ୍ତରରେ ଲୋକେ କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭୋଟ ଦେବୁ। ଉତ୍ତର ଶୁଣି ସ୍ବପ୍ନା ହଡ଼ବଡେଇ ଯାଇଥିଲେ। ତେବେ ସେ କିଛି ସମୟ ପରେ ପୁଣି ସମାନ ପ୍ରଶ୍ନ କରିଥିଲେ। ମାତ୍ର ଉପସ୍ଥିତ ଲୋକଙ୍କ ଉତ୍ତର ପୂର୍ବ ପରି ଥିଲା। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share