Advertisement

କାହାକୁ ଡରନ୍ତି ଆଲିୟା

ମଣିଷ ମାତ୍ରକେ ମନରେ ଭୟ ରହିବା ସ୍ବାଭାବିକ। କେହି କେହି ଗୋଟିଏ ଜିନିଷକୁ ଭାରି ଭୟ କରନ୍ତି। ଠିକ୍‌ ସେମିତି ଆଲିୟା। ତାଙ୍କୁ ସବୁ କଥା କୁହନ୍ତୁ, ହେଲେ ଭୂତ କଥା ପଡ଼ିଲେ ତାଙ୍କ ମନରେ ଛନକା ପଶିଯାଏ। ହେଲେ କାହିଁକି ଜାଣନ୍ତି ? ଏ ବିଷୟରେ ମହେଶ ତନୟା କ’ଣ କହୁଛନ୍ତି ଜାଣିବେନି? ‘ଭୂତକୁ ମୋର ପିଲାଦିନରୁ ଭୟ। ଥରେ ଏକ ହରର ଫିଲ୍ମ ଦେଖୁଥିବା ବେଳେ ମୋ ମନରେ ଭୟ ଜାତ ହୋଇଥିଲା। କାହିଁକି କେଜାଣି ସେହି ଭୟ ଏ ପର୍ଯ୍ୟନ୍ତ ମୋ ଭିତରେ ବସା ବାନ୍ଧି ରହିଛି। ନିକଟରେ ଏକ ହରର ଫିଲ୍ମରେ ଆକ୍ଟିଂ କରିବାକୁ ମୋତେ ଅଫର ମିଳିଥିଲା। ହେଲେ କ’ଣ କରିବି ଜାଣିପାରୁନାହିଁ। ଅଫରଟିକୁ ନେଇ ଦୋଛକିରେ ପଡ଼ିଛି। ତଥାପି ଖୁବ୍‌ଶୀଘ୍ର ଏ ନେଇ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଆଲିୟା।’ ଆଲିୟା-ରଣବୀର କପୁରଙ୍କୁ ନେଇ ନିର୍ମିତ ‘ବ୍ରହ୍ମାସ୍ତ୍ର’ ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି, ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଆଲିୟା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share