ପରିଣିତି ଚୋପ୍ରା କାହାକୁ ଡରନ୍ତି ? ତାଙ୍କୁ ସବୁ କଥା କୁହନ୍ତୁ, ହେଲେ ସାପ ବିଷୟରେ କଥା ହେଲେ କିମ୍ବା ଦେଖିଲେ ତାଙ୍କ ମନରେ ଛନକା ପଶିଯାଏ। ଏପରି କି ପ୍ଲାଷ୍ଟିକ ସାପଟିଏ ଦେଖିଲେ ସେ ଡରିଯାଆନ୍ତି। ଆପଣ ଜାଣିଛନ୍ତି କି, ପରିଣିତି ସଙ୍ଗୀତରେ ସମ୍ମାନ ସହ ବ୍ୟାଚେଲର ଡିଗ୍ରୀ ହାସଲ କରିଛନ୍ତି। ପାଠ ପଢ଼ିବା ସମୟରେ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହେବାର ଆଶା ରଖିଥିଲେ। ମାଞ୍ଚେଷ୍ଟର ବିଜନେସ ସ୍କୁଲ୍ରୁ ସେ ବିଜନେସ ଫାଇନାନ୍ସ ଏବଂ ଇକୋନୋମିକ୍ରେ ଡିଗ୍ରୀ ହାସଲ କରିଛନ୍ତି। ଆକ୍ଟିଂକୁ ଯେ କ୍ୟାରିୟର କରିବେ ଏକଥା କେବେ କଳ୍ପନା କରି ନ ଥିଲେ ପରିଣିତି। ୟଶରାଜ ଫିଲ୍ମରେ ମାର୍କେଟିଂ ଏବଂ ପି.ଆର୍. ଭାବରେ କାମ କରିବା ପରେ ସେ ଅଭିନୟ ବିଷୟରେ ଚିନ୍ତା କରିଥିଲେ। ତାଙ୍କର ଏକ ଭଲ ଅଭ୍ୟାସ ହେଲା ଯେ କୌଣସି ନୂଆ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଦେଖିଲେ ତାହାକୁ ସାଙ୍ଗେ ସାଙ୍ଗେ କିଣିଥାଆନ୍ତି। ତାଙ୍କ ଭ୍ୟାନିଟିରେ ସେ ସବୁବେଳେ ଲିପ୍ ବାମ୍ ଏବଂ ଫେସଓ୍ବାଶ ରଖିଥାଆନ୍ତି। ପିଜା ହେଉଛି ତାଙ୍କର ପସନ୍ଦର ଖାଦ୍ୟ। ସ୍କୁଲରେ ପଢ଼ିବା ବେଳେ ନଖ କାମୁଡିବା ତାଙ୍କର ଏକ ଅଭ୍ୟାସ ଥିଲା। ଏହା ଏକ ଖରାପ ଅଭ୍ୟାସ ଜାଣିବା ପରେ ସେ ଏହାକୁ ପରିତ୍ୟାଗ କରିଥିଲେ। ପରିଣିତିଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଲେଡିସ ଭର୍ସେସ ରିକି ବହଲ୍’।