କାହାର ଗୀତ ନକଲ କଲେ ମିଳୁଥିବା ସଫଳତା ଅଧିକ ଦିନ ରହି ନ ଥାଏ: ଲତା ମଙ୍ଗେସକର

ମୁମ୍ବାଇ,୪।୯: ରାନୁ ମଣ୍ଡଳଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେ ଲତା ମଙ୍ଗେସକରଙ୍କ ସୋର୍‌ ଫିଲ୍ମର ଗୀତ ଏକ ପ୍ୟାର କା ନଗମା ହୈ… ରେଳ ଷ୍ଟେଶନରେ ଗାଇ ପ୍ରସିଦ୍ଧି ସାଉଁଟିଛନ୍ତି। ତେବେ ଏହାକୁ ନେଇ ପ୍ରଥମ ଥର ପାଇଁ ଲତା ମଙ୍ଗେସକର ମୁହଁ ଖୋଲିଛନ୍ତି। ନକଲ କରି ଗୀତ ଗାଇଲେ ଅଧିକ ଦିନ ଧରି ସଫଳତା ମିଳିପାରି ନ ଥାଏ ବୋଲି ଲତା କହିଛନ୍ତି। ମହମ୍ମଦ୍‌ ରଫି, ମୁକେଶ, କିଶୋର କୁମାର, ଆଶା ଭୋଁସେଲ୍‌ଙ୍କ ନକଲ କରି ଗୀତ ଗାଉଥିବା କଳାକାରଙ୍କୁ କିଛି ସମୟ ପାଇଁ ସଫଳତା ମିଳିଥାଏ। ପରେ ସେମାନଙ୍କୁ ଲୋକେ ଭୁଲି ଯାଇଥାନ୍ତି। ଇତିମଧ୍ୟରେ ଅନେକ ତାଙ୍କ ଗୀତକୁ ନକଲ କରିଛନ୍ତି ତେବେ ସେମାନଙ୍କ ମଧ୍ୟରେ ସୁନିଧି ଚୌହ୍ବାନ ଏବଂ ଶ୍ରୀୟା ଘୋଷାଲ ହିଁ ଲୋକପ୍ରିୟ ହୋଇପାରିଛନ୍ତି। ଏହା କେବଳ ସେମାନଙ୍କ ସୃଜନଶୀଳ ପ୍ରତିଭା ଯୋଗୁ ସମ୍ଭବ ହୋଇ ପାରିଛି ବୋଲି ଲତା କହିଛନ୍ତି। ରାନୁଙ୍କ ଉଦ୍ଦେଶ୍ୟରେ ଲତା ଦେଇଥିବା ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share