କାହାର ପାଦ ଛୁଇଁଲେ ବରୁଣ

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ଡେଭିଡ ଧଓ୍ବନଙ୍କ ପୁଅ ହେଉଛନ୍ତି ବରୁଣ ଧଓ୍ବନ। ନିଜ ଅଭିନୟ ପାଇଁ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। ହେଲେ ନିକଟରେ ବରୁଣଙ୍କର ଏମିତି ଏକ ଫଟୋ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ସମସ୍ତେ କହୁଛନ୍ତି ସତରେ ବରୁଣ ହେଉଛନ୍ତି ଜଣେ ଅମାୟିକ ବ୍ୟକ୍ତିତ୍ୱ। ଫଟୋରେ ବରୁଣ ଧଓ୍ବନ ଅଭିନେତା ବରୁଣ ଶର୍ମାଙ୍କ ପାଦ ଛୁଇଁଥିବା ଦେଖାଯାଇଛି। ଅସଲ କଥା ହେଲା ଉଭୟ କଳାକାର ଯେତେବେଳେ ମୁମ୍ବାଇରେ ଦେଖାହେଲେ ସେତେବେଳେ ବରୁଣ ଧଓ୍ବନ ବରୁଣ ଶର୍ମାଙ୍କ ପାଦ ଛୁଇଁବାକୁ ଯିବା ସମୟରେ ସେ ତାଙ୍କୁ ଅଟକାଇ ଦେଇଥିଲେ। ଆଉ ଏହାପରେ ଉଭୟେ ପରସ୍ପରକୁ ଆଲିଙ୍ଗନ କରି ଫଟୋଗ୍ରାଫରଙ୍କୁ ପୋଜ୍‌ ଦେଇଥିଲେ। କିନ୍ତୁ ଏହି ଫଟୋଟି ଦେଖିବା ପରେ ଚର୍ଚ୍ଚା ହୋଇଥିଲା କି ବରୁଣ ଧଓ୍ବନ ବେଶ୍‌ ଖୋଲା ମଣିଷଟିଏ। ଆଉ ସେ ଅନ୍ୟ କଳାକାରଙ୍କର ମଧ୍ୟ ସମ୍ମାନ କରନ୍ତି। ଉଭୟ କଳାକାର ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରିଡିରେ ନଜର ଆସିବେ ତା’ସହ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ରେମୋ ଡିସୋଜା ଏହାର ନିର୍ଦ୍ଦେଶନା ଦେବେ। ଏହା ପୂର୍ବରୁ ଏହି ଯୋଡି ରୋହିତ ସେଟ୍ଟିଙ୍କ ଫିଲ୍ମ ‘ଦିଲଓ୍ବାଲେ’ରେ ନଜର ଆସିଥିଲେ।

Share