କାହାର ଲାଗି ଅଙ୍ଗନଓ୍ବାଡି: ଛାତ୍ରୀଛାତ୍ର ପାଠ୍‌ପଢ଼ି ଯିବେ ୨ କି.ମି.

 

ଜମନକିରା, ୭।୩ (ଡି.ଏନ୍‌.ଏ.)-
ସମ୍ବଲପୁର ଜିଲା ଜମନକିରା ବ୍ଲକ କଟଙ୍ଗପାଣି ପଁଚେତ୍‌ ଅଧୀନ ଫୁଲକୁସମ ଗଁ। ର ଲାଗି ଆସିଥିବାର ଅଙ୍ଗନଓ୍ବାଡି କେନ୍ଦ୍ରଟା ଗଁ। ରୁ ଦୁଇ କି.ମି. ଦୂରେ ତିଆର କରାଯାଇଛେ। ଏନ୍‌ତାଥି ଛୋଟ ଛୋଟ ଛୁଆମାନେ କେନ୍‌ଥେଇ ପଢ଼ିଯିବେ ଆର କେନ୍ଦ୍ରଟା କାହାର ସୁଆର୍‌ଥକେ ନେଇ ତିଆର ହେଇଛେ ବଲି ଜନ ଗଁ। ବାସୀ ପ୍ରଶ୍ନ କରିଛନ୍‌।
ସୂଚନା ଅନ୍‌ସାରେ କଟଙ୍ଗପାଣି ପଁଚେତ୍‌ ଫୁଲକୁସମ ପ୍ରାଥମିକ ସ୍କୁଲ ପାସେ ଅଙ୍ଗନଓ୍ବାଡି କେନ୍ଦ୍ର କରି ଛୁଆମାନକୁ ପାଠ୍‌ ପଢ଼ାଯାଉଥିଲା। ହେଲେ ବ୍ଲକ ପରଶାସନ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ଫୁଲକୁସମରେ ନାଇଁକରି କରି ୨ କି.ମି. ଦୂରିଆ କଲାପାଟ ଗଁ। ରେ ତିଆର କରିଛେ। ଇଆଡ଼େ ଫୁଲକୁସମ ଗଁ। ରେ ଅଧ୍‌କା ଛୁଆ ରହିଥିଲାବେଲେ କେନ୍‌ ହିସାବେ ବ୍ଲକ କତୁରପକ୍ଷ କଲାପାଟ ଗଁ। ରେ କେନ୍ଦ୍ର ତିଆରି କଲେ ବଲି ଗଁ। ବାସୀ ପ୍ରଶ୍ନ କରିଛନ୍‌। ଇ ବାବ୍‌ଦେ ବ୍ଲକ କନିଷ୍ଠ ଯନ୍ତ୍ରୀ ରମେଶ ମହାପାତ୍ରକୁଁ ପଚ୍‌ରାଲାରୁ ଅଙ୍ଗନଓ୍ବାଡି ଉପରେ ନିରଭର କରୁଥିବାର ଲୁକ୍‌କୁ ନେଇ ଗୁଟେ ବଇଠକ୍‌ କରାଯାଇଥିଲା। ସେମାନେ କହେବାର ହିସାବେ କଲାପାଟରେ କେନ୍ଦ୍ରଟା ତିଆର କରାଯାଇଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଜମନକିରା ସିଡିପିଓ ଜୟଶ୍ରୀ ପଟ୍ଟନାୟକକୁଁ ପଚ୍‌ରାଲାରୁ ମୁଇଁ ଟ୍ରେନିଂରେ ଥିଲାବେଲେ ମୋତେ ବ୍ଲକ ପରଶାସନ ନାଇଁ ଜନେଇ କରି ଅଙ୍ଗନଓ୍ବାଡି କେନ୍ଦ୍ରର କୁଠା ତିଆର କରିଛନ୍‌। ଇ ବାବ୍‌ଦେ ମୁଇଁ ଉପଜିଲାପାଳକୁଁ ବି ଜନେଇଛେଁ ବଲି ସେ କହିଥିଲେ।

Share