କାହା ପ୍ରେମରେ ପଡିଛନ୍ତି ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଜବରିୟା ଯୋଡି’ର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି। ଦର୍ଶକଙ୍କ ତରଫରୁ ଏହି ଟ୍ରେଲରକୁ ଭଲ ରେସ୍‌ପନ୍ସ ମଧ୍ୟ ମିଳୁଛି। ତେବେ ସିଦ୍ଧାର୍ଥ ନିଜ ଆଫେୟାର୍ସକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ନାଁ ସହ ଯୋଡି ଦିଆଯାଇଛି ତାରା ସୁତାରିଆ ଓ କିୟାରା ଆଡଭାନୀଙ୍କୁ। ତେବେ ପୂର୍ବରୁ ତାରାଙ୍କ ସହ ତାଙ୍କର ଆଫେୟାର୍ସ ଥିବା ବେଳେ ସିଦ୍ଧାର୍ଥ ଏବେ ଏକ ବାୟୋପିକ୍‌ରେ ତାରାଙ୍କ ସହ କାମ କରୁଛନ୍ତି। ଯେଉଁଥିପାଇଁ ଚର୍ଚ୍ଚା ଯୋର ଧରିଛି। ନିକଟରେ ମୁମ୍ବାଇ ମିରରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସିଦ୍ଧାର୍ଥ କହିଛନ୍ତି ତାଙ୍କ ଆଫେୟାର୍ସକୁ ନେଇ ହେଉଥିବା ସମସ୍ତ ଆଲୋଚନା ମିଥ୍ୟା। ଏବେ ସେ ତାଙ୍କ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ବାସ୍‌। ପୂର୍ବରୁ କରନ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ ମାଧ୍ୟମରେ ଉଭୟ ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମାଲହୋତ୍ରା ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ପରେ ଏମାନଙ୍କ ମଧ୍ୟରେ ଆଫେୟାର୍ସ ଆରମ୍ଭ ହୋଇଥିଲା। ହେଲେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏଥିରେ ଲାଗିଥିଲା ଫୁଲଷ୍ଟପ୍‌। ଅର୍ଥାତ୍‌ ଏହି ପ୍ରେମ କାହାଣୀରେ ହୋଇଥିଲା ବ୍ରେକ୍‌ ଅପ୍‌।

Share