Advertisement
Categories: ଖେଳ

କାହିଁକି ‘ଆଇସ୍‌ ବାଥ୍‌’ କରନ୍ତି ଖେଳାଳି

ଆଜିକାଲି ଖେଳାଳିମାନେ ‘ଆଇସ୍‌ ବାଥ୍‌’ କରିବା ସାଧାରଣ ଘଟଣା ହୋଇଗଲାଣି। ନିକଟରେ ଭାରତୀୟ କ୍ରିକେଟର କେ.ଏଲ. ରାହୁଲ ଏବଂ ମହମ୍ମଦ ସାମିଙ୍କୁ ‘ଆଇସ୍‌ ବାଥ୍‌’ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଶେଷ ଦିନରେ ସାମି ପ୍ରଥମ ସ୍ପେଲ୍‌ ପୂରା କରିବା ପରେ ଡ୍ରେସିଂ ରୁମ୍‌ ଯାଇଥିଲେ। ସେଠାରେ କୋଚ୍‌ ରବି ଶାସ୍ତ୍ରୀ ତାଙ୍କୁ ‘ଆଇସ୍‌ ବାଥ୍‌’ ନେବା ପାଇଁ କହିଥିଲେ। କେବଳ କ୍ରିକେଟ୍‌ରେ ନୁହେଁ ପ୍ରତି ଖେଳରେ ଡ୍ରେସିଂ ରୁମ୍‌ରେ ଖେଳାଳିଙ୍କ ପାଇଁ ଏବେ ଆଇସ୍‌ ବାଥ୍‌ ଟବ୍‌ ରଖାଯାଉଛି। ଖେଳାଳିମାନେ ଜୋରଦାର ଅଭ୍ୟାସ ସାରି ରୁମ୍‌କୁ ଫେରିବା ପରେ ଆଇସ୍‌ ବାଥ୍‌ ଟବ୍‌ରେ କିଛି ସମୟ ରହିଲେ ମାଂସପେଶୀଗୁଡ଼ିକୁ ଆରାମ ମିଳିବା ସହ ଏହାର ବିକାଶ ମଧ୍ୟ ହୋଇଥାଏ। ଏହାସହ ଶରୀର ପୁଣିଥରେ ବ୍ୟାୟାମ ପାଇଁ ପ୍ରସ୍ତୁତ ହୋଇଯାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel