କାହିଁକି କମ୍‌ ବୟସରେ ବାହାହେଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି ପ୍ରାୟ ଦେଢ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ହେଲେ ଏମାନଙ୍କ ବିବାହର ରହସ୍ୟ ଏ ପର୍ଯ୍ୟନ୍ତ କେତେକଙ୍କୁ ଅଜଣା କହିଲେ ଭୁଲ୍‌ ହେବ ନାହିଁ। କାହିଁକିନା ଏମାନେ ଖୁବ୍‌ ତରବରିଆ ଭାବେ ସୁଦୂର ଇଟାଲିରେ ବିବାହ କରିଥିଲେ। ଆଉ ସେତେବେଳେ ଅନୁଷ୍କାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା। ସାଧାରଣତଃ ବଲିଉଡ୍‌ ସେଲିବ୍ରିଟି ଭାବେ ଏତେ କମ୍‌ ବୟସରେ ବିବାହ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ନିକଟରେ ଏହାର ରାଜ୍‌ ଖୋଲିଛନ୍ତି ନିଜେ ଅନୁଷ୍କା। ସେ କାହିଁକି କମ୍‌ ବୟସରେ ବିବାହ କରିଛନ୍ତି ସେ ସମ୍ପର୍କରେ ସେ ଖୋଲାଖୋଲି ଭାବେ ଏକ ସାକ୍ଷାତ୍‌କାରରେ କଥା ହୋଇଛନ୍ତି। ଫିଲ୍ମଫେୟାର୍‌କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଅନୁଷ୍କା କହିଛନ୍ତି ସେ ବିରାଟଙ୍କୁ ପ୍ରେମ କରୁଥିଲେ। ଆଉ ତାଙ୍କ ଭଳି ଜଣେ ଖୋଲା ହୃଦୟର ମଣିଷଙ୍କୁ ସେ ଜୀବନସାଥୀ ଭାବେ ଗ୍ରହଣ କରିବାକୁ ଯାଉଥିବାରୁ ଏଥିରେ ଆଉ ବିଳମ୍ବ କରିବା ଠିକ୍‌ ନୁହେଁ ବୋଲ ଭାବି ସେ ବାହା ହୋଇ ଯାଇଥିଲେ। କାରଣ ଦର୍ଶକେ ଜଣେ ନାୟିକାଙ୍କୁ ବିବାହ ପରେ ବି ଗ୍ରହଣ କରିବାରେ ସେମିତି କିଛି ଅସୁବିଧା ନାହିଁ ବୋଲି କହିଥିଲେ ଅନୁଷ୍କା। ତେଣୁ ସେ ବିବାହକୁ ପ୍ରାଧାନ୍ୟ ଦେଇ ପ୍ରଥମେ ଏହି କାମଟି ସାରି ଦେଇଥିବା କହିଛନ୍ତି।

Share