କାହିଁକି ନିଜଠୁ ୧୦ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା ଚୋପ୍ରା

ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌। ପ୍ରିୟଙ୍କା ପ୍ରାୟତଃ ନିକ୍‌ଙ୍କ ସହ ଫଟୋ ଛାଡୁଥିବାର ଦେଖାଯାଇଛି। ନିଜ ବିବାହକୁ ନେଇ ଏକ ସାକ୍ଷାତକାରରେ ବଡ ଖୁଲାସା କରିଛନ୍ତି ପ୍ରିୟଙ୍କା। ନିଜଠୁ ୧୦ ବର୍ଷ ସାନ ନିକ୍‌ଙ୍କୁ କାହିଁକି ପ୍ରେମ କରି ବିବାହର ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ ହେବାରୁ ପ୍ରିୟଙ୍କା କହିଛନ୍ତି, ଥରେ ନିକ୍‌ ଗାଉଥିବା ଏକ ଗୀତର ଏକ କ୍ଲୋଜ ଭିଡିଓ ଦେଖିଥିଲେ। ଏହି ଭିଡିଓରେ ନିକ୍‌ କେବଳ ଅଣ୍ଡର ଗାର୍ମେଣ୍ଟସ ପିନ୍ଧିଥିଲେ। ଏହି ନିକ୍‌ଙ୍କ ହଟ୍‌ ଅବତାର ପ୍ରିୟଙ୍କାଙ୍କୁ ଏତେ ପସନ୍ଦ ଆସିଲା ଯେ, ସେ ନିକ୍‌ଙ୍କୁ ତାଙ୍କର ଜୀବନସାଥୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୭ରେ ପ୍ରିୟଙ୍କା ଓ ନିକ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ। ପରବର୍ଷ ଉଭୟ ବିବାହର ନିଷ୍ପତ୍ତି ନେଇଥିଲେ।

Share