କାହିଁକି ବିବାହ କରି ନାହାଁନ୍ତି ତବ୍ବୁ

ମୁମ୍ବାଇ: ବଲିଉଡ୍‌ ନାୟିକା ତବ୍ବୁ ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ପୁରା ନାଁ ହେଉଛି ତବ୍ବସୁମ ଫାତିମା ହାସମି। ପ୍ରଥମେ ୧୯୮୦ରେ ଫିଲ୍ମ ‘ପେହେଲା ପେହେଲା ପ୍ୟାର’ରୁ ସେ ତାଙ୍କର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଏହା ବକ୍ସ ଅଫିସରେ ହିଟ୍‌ ହୋଇ ନ ଥିଲା। ଏହାପରେ ଅଜୟ ଦେବଗନଙ୍କ ସହ ସେ ନଜର ଆସିଲେ ‘ବିଜୟପଥ’ରେ। ଏଥିରେ ସେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ। ଏହାପରେ ‘ମ୍ୟାଚିସ’, ‘ବିରାସତ’, ‘ଚାନ୍ଦନି ବାର’ ଭଳି ଫିଲ୍ମରେ ସେ ତାଙ୍କର ଦମ୍‌ଦାର୍‌ ଅଭିନୟରେ ଦର୍ଶକଙ୍କ ନିକଟତର ହୋଇ ପାରିଲେ। ଅଭିନୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ସେ ଫିଲ୍ମ ଫେୟାର ଆଓ୍ବାର୍ଡ ଠାରୁ ନ୍ୟାଶନାଲ ଆଓ୍ବାର୍ଡ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ବଲିଉଡ୍‌ରେ ତାଙ୍କର ୩୯ ବର୍ଷ କ୍ୟାରିୟର ହୋଇ ସାରିଲାଣି। କେବଳ ବଲିଉଡ୍‌ ନୁହେଁ ତବ୍ବୁ ତେଲଗୁ, ତାମିଲ, ମରାଠି ଓ ବଙ୍ଗଲା ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି। ଅତୀତରେ ତବ୍ବୁଙ୍କ ନାଁ ସହ ତେକେଜଣ ନାୟକଙ୍କ ନାଁକୁ ଯୋଡା ଯାଇଥିଲେ ବି ସେ ଏପର୍ଯ୍ୟନ୍ତ କାହିଁକି ବିବାହ କରି ନାହାଁନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଥରେ ଏକ ସାକ୍ଷାତ୍‌କାରରେ ଅଜୟ ଦେବଗନ କହିଥିଲେ ତବ୍ବୁ ମୋ ଭଳି ଜଣେ ଜୀବନସାଥି ଚାହୁଁଥିଲେ। ଯାହା ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ। ସେଥିପାଇଁ ସେ ବିବାହ କରି ନାହାଁନ୍ତି। ଆଉ ମଧ୍ୟ ତବ୍ବୁ ନାଗାର୍ଜୁନଙ୍କ ସହ ରିଲେସନଶିପରେ ଥିଲେ ବୋଲି କୁହାଯାଏ। କିନ୍ତୁ ନାଗାର୍ଜୁନ ବିବାହିତ ହୋଇଥିବାରୁ ଆଉ ସେ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡିବାକୁ ଚାହୁଁ ନ ଥିବାରୁ ତବ୍ବୁ କୁଆଡେ ନାଗାର୍ଜୁନଙ୍କଠାରୁ ଦୂରେଇ ଯାଇଥିଲେ ବୋଲି କୁହାଯାଏ।

Share