Categories: ଜାତୀୟ

କାହିଁକି ଲଣ୍ଡା ହୋଇଯିବେ ବୋଲି ଧମକ ଦେଇଥିଲେ ସୁଷମା

ନୂଆଦିଲ୍ଲୀ, ୭।୮: ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସର୍ବଦଳ ନିର୍ବିଶେଷରେ ଶେଷ ଦର୍ଷନ ପାଇଁ ତାଙ୍କ ବାସଭବନରେ ନେତାମାନେ ଭିଡ ଜମାଇଛନ୍ତି। ଭାରତୀୟ ରାଜନୀତିରେ ଜଣେ ଦକ୍ଷ ନେତ୍ରୀ ଭାବେ ପରିଚିତ ଥିଲେ ସେ। ୨୦୦୪ରେ ଯେତେବେଳେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଉଠିଥିଲା ସେତେବେଳେ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ଯଦି ସୋନିଆ ପ୍ରଧାନମନ୍ତ୍ରୀ ହେବେ ତେବେ ମୁଁ ଏମ୍‌ପି ପଦରୁ ଇସ୍ତଫା ଦେଇ ଲଣ୍ଡା ହୋଇ ରାସ୍ତାରେ ବୁଲିବି ବୋଲି ସୁଷମା ଧମକ ଦେଇଥିଲେ। ସୂଚନାଯୋଗ୍ୟ, ୧୯୯୯ରେ କର୍ନାଟକର ବେଲାରୀ ଲୋକ ସଭା ଆସନରୁ ଉଭୟ ସୁଷମା ଏବଂ ସୋନିଆ ଲଢିଥିଲେ। କିନ୍ତୁ ସୋନିଆ ସୁଷମାଙ୍କୁ ପରାସ୍ତ କରି ନିର୍ବାଚନ ମୈଦାନରେ ବିଜୟ ହାସଲ କରିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲେ।

Share