Categories: ଖେଳ

କାହିଁକି ଶାକାହାରୀ ହେଲେ କୋହଲି

କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍‌ ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। ନିଜକୁ ଫିଟ ରଖିବା ପାଇଁ ସେ ଗତ ଦେଢ ବର୍ଷ ହେବ ଶାକାହାରୀ ହୋଇଛନ୍ତି। ଟେଷ୍ଟ କ୍ରିକେଟ ପାଇଁ ଅଧିକ ପ୍ରସ୍ତୁତି କରିବା ଉଦ୍ଦେଶ୍ୟରେ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ୨୦୧୬ରେ ସେ ପ୍ରବଳ ରେଡ୍‌ ମିଟ୍‌ ଖାଉଥିଲେ। ଫିଟ୍‌ନେସ୍‌ ଟ୍ରେନର ଶଙ୍କର ବାସୁ ତାଙ୍କୁ ଅଦତ୍କ ଫିଟ୍‌ ରହିବା ପାଇଁ ବିଭିନ୍ନ ଟିପ୍ସ ଦେଇଥିଲେ। ତାହାକୁ ମାନି ସେ ଶାକାହାରୀ ହୋଇଯାଇଥିବା କହିଛନ୍ତି। ଶାକାହାରୀ ହେବା ପରେ ଆଗ ଅପେକ୍ଷା ମୁଁ ଅଧିକ ଫିଟ୍‌ ଏବଂ ହାଲ୍‌କା ଅନୁଭବ କରୁଛି ବୋଲି କୋହଲି କହିଛନ୍ତି।

Share