କାୟା ବିସ୍ତାର କରୁଛି ବ୍ରାଉନସୁଗାର: କୋରେକ୍ସ ଓ ମାଦକ ଦ୍ରବ୍ୟ କବଳରେ ଯୁବପିଢ଼ି; ପୋଲିସ ତରଫରୁ ହେଉନି ଚଢ଼ାଉ

ନୟାଗଡ଼ ଅଫିସ,୫ା୭- ନୟାଗଡ଼ ଜିଲାରେ ଧଳା ଜହର (ବ୍ରାଉନ ସୁଗାର) କାୟା ବିସ୍ତାର କରିବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରେ ନିଶା ପାଇଁ ଯୁବକମାନେ ଏହାକୁ ବ୍ୟବହାର କରୁଛନ୍ତି। କିଛିଦିନ ତଳେ ବ୍ରାଉନସୁଗାର ଖାଇ ଫତେଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଆଲୋଚନା ହୋଇଥିଲା। ହେଲେ ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇ ନ ଥିଲା। ସେହିପରି ଗତ ବୁଧବାର ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ବ୍ରାଉନସୁଗାର ଖାଇ ନିଶାଗ୍ରସ୍ତ ଅବସ୍ଥାରେ ଆତ୍ମହତ୍ୟା କରିଥିଲେ। ଏ ନେଇ ମଧ୍ୟ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଏହିଭଳି ବିଭିନ୍ନ ସମୟରେ ବ୍ରାଉନସୁଗାର ଖାଇ ଯୁବକମାନେ ମୃତ୍ୟୁମୁଖରେ ପଡୁଛନ୍ତି। ଏତେସବୁ ଘଟଣା ପରେ ବି ପୋଲିସ ଚଢ଼ାଉ କରୁ ନ ଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଶେଷ କରି ଭାପୁର ବ୍ଲକ ଫତେଗଡ଼ ଅଞ୍ଚଳରେ ବ୍ରାଉନସୁଗାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଖାଲି ଯେ ବ୍ରାଉନ ସୁଗାର ତା’ ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ କୋରେକ୍ସ ଓ ଅନ୍ୟାନ୍ୟା ନିଶାଦ୍ରବ୍ୟ ଅବାଧରେ କାରବାର ହେଉଛି। ଯୁବକମାନେ ଏହାକୁ ସେବନ କରି ଅବାଟରେ ଯାଉଛନ୍ତି। ସନ୍ଧ୍ୟା ସମୟରେ ସହରଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମରେ ଥିବା ପରିତ୍ୟକ୍ତ ଘର ନିଶାସେବନକାରୀଙ୍କ କେନ୍ଦ୍ର ପାଲଟୁଛି। ପୋଲିସ ଚଢାଉ ହେଉ ନ ଥିବାରୁ ସେମାନେ ଅବାଧରେ aବ୍ରାଉନସୁଗାର, କୋରେକ୍ସ, ଡେନଡ୍ରାଇଟ ଆଦି ନିଶାଦ୍ରବ୍ୟ ସେବନ କରୁଛନ୍ତି। ସୂଚନାଯୋଗ୍ୟ ୧୧ ଅଗଷ୍ଟ ୨୦୧୮ରେ ନୟାଗଡ଼ ଜିଲାରେ ପ୍ରଥମଥର ପାଇଁ ବ୍ରାଉନସୁଗାର ଜବତ ହୋଇଥିଲା। ଟାଉନ ଥାନା ସାଗର ପୋଖରୀ କୂଳରେ ଦୁଇଜଣ ଯୁବକଙ୍କ ନିକଟରୁ ୧ ଗ୍ରାମର ବ୍ରାଉନ ସୁଗାର (୫ଟି ପୁଡ଼ିଆ), ବ୍ରାଉନ ସୁଗାର ରଖି ନିଆଁ ଲଗାଯାଉଥିବା ସ୍ବତନ୍ତ୍ର ଜରି, ୪୫୨୦ ଟଙ୍କା, ଗୋଟିଏ ମୋବାଇଲ ଓ ଏକ ବାଇକ୍‌କୁ ପୋଲିସ ଜବତ କରିଥିଲା। ଦୁଇଜଣ ଛାତ୍ରଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିଲା। ଏହା ପରେ ବି ପୋଲିସ ଘଟଣାକୁ ଗୁରୁତର ସହ ନେବା ବଦଳରେ ହାଲୁକା ଭାବେ ନେଇଥିଲା। ଅନ୍ୟପଟେ ଟାଉନ ପୋଲିସ ୩ଦିନ ତଳେ ଜିଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଥିବା ଏକ ପାନ ଦୋକାନରୁ ୪୮ଟି କୋରେକ୍ସ ବୋତଲ ଜବତ କରିବା ସହିତ ଏହାକୁ ବିକ୍ରି କରୁଥିବା ସେକ୍‌ ସକୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ ତରଫରୁ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଏସ୍‌ପି ଶଶିଭୂଷଣ ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ, ବିଭିନ୍ନ ସମୟରେ ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି, ହେଲେ କୌଣସି ସ୍ଥାନରେ କିଛି ମିଳୁନାହିଁ। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ଅକାଳ ବିୟୋଗ: ଗାଁରେ ଖେଳିଗଲା ଶୋକାକୁଳ ପରିବେଶ

ରଣପୁର,୧୭।୪: ନୟାଗଡ଼ ଜିଲା ରଣପୁର ବ୍ଲକର ପାଟପୁର ଗାଁ। ମ୍ରିୟମାଣ ହୋଇ ପଡିଛନ୍ତି ଗାଁ ଲୋକେ l ଗାଁରେ ଖେଳିଗଲା ଶୋକାକୁଳ ପରିବେଶ l ରାଷ୍ଟ୍ରୀୟ...

ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ନେଉଥିଲେ…

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ...

ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା...

ଖଣ୍ଡପଡ଼ା ବାର ଆସୋସିଏଶନ୍‌ ବିର୍ବାଚନ: ସଂଗ୍ରାମ ମିଶ୍ର ସଭାପତି,ବିକ୍ରମ କେଶରୀ ଦେଓ ସଂପାଦଜ

ଖଣ୍ଡପଡା,୨୯।୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବାର ଆସୋସିଏଶନ୍‌ର 2025-2 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଶନିବାର ବାର ଆସୋସିଏଶନ୍‌ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।...

୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା

ନୟାଗଡ଼,୨୬।୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚାଙ୍ଗଡା ଗାଁର ୨ ନାବାଳକ ଭାଇ ଆକାଶ (୧୪) ଓ ସାନ ଭାଇ ବିକାଶ ମହାନ୍ତି (୯)...

କଣ୍ଟିଲୋ ନୀଳମାଧବଙ୍କୁ ପୂଜା କଲେ ରାଷ୍ଟ୍ରପତି

ନୟାଗଡ଼,୨୪।୩(ଲୋକନାଥ ମିଶ୍ର): ସୋମବାର ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ...

କଣ୍ଟିଲୋରେ ରାଷ୍ଟ୍ରପତି

ନୟାଗଡ଼,୨୪ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ମା’ ହେଲେ କଲେଜ ଛାତ୍ରୀ, ଶୌଚାଳୟରେ ଜନ୍ମ କଲେ ମଲା ଛୁଆ

ନୟାଗଡ଼, ୨୦।୩(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image