କିଆରାଙ୍କ ପରେ ଚର୍ଚ୍ଚାରେ ବିକ୍କି-ଟାଇଗରଙ୍କ ଶର୍ଟଲେସ ଫଟୋଶୁଟ୍‌

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ଲୋକପ୍ରିୟ ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ଶୁଟ୍‌। ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡ୍‌ଭାନୀଙ୍କ ଟପ୍‌ଲେସ୍‌ ଫଟୋଶୁଟ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏ ନେଇ ବିଭିନ୍ନ ପ୍ରକାର ମେମେ ଭାଇରାଲ ମଧ୍ୟ ହୋଇଥିଲା। ଏପରିକି କିଆରା ମଧ୍ୟ ନିଜ ସୋସିଆଲ ପୃଷ୍ଠାରେ ଶେୟାର ମଧ୍ୟ କରିଥିଲେ। ଏବେ ଅଭିନେତାମାନଙ୍କର ଶର୍ଟଲେସ୍‌ ଫଟୋଶୁଟ୍‌ର ଫଟୋ ଭାଇରାଲ ହେଉଛି।

ଡବ୍ବୁଙ୍କ କ୍ୟାଲେଣ୍ଡରରେ ନଜରକୁ ଆସିଛନ୍ତି ବରୁଣ ଧାଓ୍ବନ। ଶର୍ଟଲେସ୍‌ରେ ତାଙ୍କୁ ଦେଖିବାକୁ ମିଳୁଛି। ମୁଣ୍ଡରେ କେବଳ ଟୋପି ଏବଂ ବେକରେ ଏକ ଚେନ ପକାଇଛନ୍ତି। ସବୁଠାରୁ ଅଧିକ ବରୁଣଙ୍କ ଫିଟ୍‌ନେସ ସମସ୍ତଙ୍କୁ ପସନ୍ଦ ଆସୁଛି।

ସେହିଭଳି ଜନ ଆବ୍ରାହମ ମଧ୍ୟ ଶର୍ଟଲେସ ସହ କ୍ଲିନ୍‌ ଶେଭ୍‌ ଲୁକ୍‌ରେ ମନ କିଣୁଛନ୍ତି। କେବଳ ସେ ଏକ ଟାଓ୍ବେଲ ପିନ୍ଧିଛନ୍ତି। ହ୍ରିତିକ ମଧ୍ୟ ଚଷମା, ଘଣ୍ଟା, ବ୍ୟାକ୍‌ପ୍ୟାକ୍‌ରେ ବୋବାଲ ଲାଗୁଛନ୍ତି। ଓ୍ବାର୍‌ ଚଳଚ୍ଚିତ୍ରରେ ହ୍ରିତିକ୍‌ଙ୍କ ଲୁକ୍‌ ସହ ଏହି ଲୁକ୍‌ର ସାମଞ୍ଜସ୍ୟ ରହିଛି। ଟାଇଗର ମଧ୍ୟ ଧଳା ରଙ୍ଗର ଶାର୍ଟ ପିନ୍ଧି ବୋଲ୍ଡ ଲାଗୁଛନ୍ତି। ଏଥିସହ ଢିଲା ଟାଏ ମଧ୍ୟ ସେ ପିନ୍ଧିଛନ୍ତି। ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ବିକ୍କି କୌଶଲ ପୁଲ୍‌ରେ ଥିବା ଅବସ୍ଥାରେ ଫଟୋ ଉଠାଇଛନ୍ତି। ଏଥିରେ ସେ ଖୁବ୍‌ ବୋଲ୍ଡ ଲାଗୁଛନ୍ତି।

 

Share