କିଆରା ଆଡ଼ଭାନୀଙ୍କ ଭଳି ଦେଖାଯାଉଥିବା କଳ୍ପନାଙ୍କ ଟିକ୍‌ଟକ୍‌ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ଭଳି ଦେଖାଯାଉଥିବା କଳ୍ପନା ଶର୍ମାଙ୍କ ଟିକ୍‌ଟକ୍‌ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ଫିଲ୍ମ କବୀର ସିଂରେ ଥିବା କିଆରାଙ୍କ ଡାଏଲଗ୍‌ ଅତି ସୁନ୍ଦର ଭାବେ କହି ଟିକ୍‌ଟକ୍‌ ୟୁଜରଙ୍କୁ ବେଶ୍‌ ଆକର୍ଷିତ କରିପାରିଛନ୍ତି। ୟୁଜର କଳ୍ପନାଙ୍କ ଅଭିନୟ ଦକ୍ଷତା ଏବଂ ଡାଏଲଗ୍‌ କହିବା ଶୈଳୀକୁ ପ୍ରଶଂସା ମଧ୍ୟ କରୁଛନ୍ତି। କେତେକ ବଲିଉଡ୍‌ କଳାକାରଙ୍କ ଡାଏଲଗ୍‌ କହିବା ଶୈଳୀକୁ ନକଲ କରି ଏଭଳି ବହୁ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଶେୟାର କରୁଛନ୍ତିି। ତେବେ ସେଗୁଡ଼ିକ ମଧ୍ୟରୁ କଳ୍ପନାଙ୍କ ଭିଡ଼ିଓକୁ ୟୁଜର ଅଧିକ ପସନ୍ଦ କରୁଥିବା କୁହାଯାଉଛି।

Share