Categories: ଖେଳ

କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ପସନ୍ଦ କରନ୍ତି ଏହିସବୁ ପ୍ରସିଦ୍ଧ ଭାରତୀୟ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍‌ ଷ୍ଟାଇଲ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି  ଜାଣନ୍ତୁ..

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବଟର୍‌ ଚିକେନ୍‌ ସହ ନାନ୍‌ ଖାଇବାକୁ ପସନ୍ଦ କରନ୍ତି।

ବିରେନ୍ଦ୍ର ସେହ୍ବାଗ
ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ବିରିୟାନୀ ଖାଇବାକୁ ବେଶୀ ଭଲ ପାଆନ୍ତି।

ରାହୁଲ ଦ୍ରାଭିଡ
ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାଭିଡ କଙ୍କଡା ତରକାରୀ ଖାଇବାକୁ ପସନ୍ଦ କରନ୍ତି।

ସୁରେଶ ରାଇନା
ସୁରେଶ ରାଇନା ଚିକେନ କବାବ ଖାଇବାକୁ ଭଲ ପାଆନ୍ତି।

ରୋହିତ ଶର୍ମା
ଭାରତୀୟ ଦଳର ଓପନର୍‌ ଆଳୁ ପରଟା ଖାଇବାକୁ ଖୁବ୍‌ ପସନ୍ଦ କରନ୍ତି।

ବିରାଟ କୋହଲି
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଜାପାନିଜ୍‌ ଫୁଡ୍‌ ସୁଶି ଖାଇବାକୁ ଭଲ ପାଆନ୍ତି।

ସଚିନ ତେନ୍ଦୁଲକର
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଚିଙ୍ଗୁଡି ଏବଂ ମାଛ ମସଲା ଖାଇବାକୁ ପସନ୍ଦ କରନ୍ତି।

ମୁରଲି ବିଜୟ
ମୁରଲି ବିଜୟଙ୍କୁ ସମ୍ପୂର୍ଣ୍ଣ ଦେଶୀ ଭାତ ଏବଂ ଡାଲି ଖାଇବାକୁ ଭଲ ଲାଗେ।

ଯୁବରାଜ ସିଂ
ଯୁବରାଜ ସିଂଙ୍କୁ ମଟର ପନିର ଏବଂ ଭାତ ଖାଇବାକୁ ପସନ୍ଦ।

ରବିଚନ୍ଦ୍ରନ ଅଶ୍ୱିନ
ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମା’ଙ୍କ ହାତରନ୍ଧା ପନିର୍‌ କ୍ୟାପ୍ସିକମ୍‌ ଖାଇବାକୁ ଭଲ ଲାଗେ।

ହରଭଜନ ସିଂ
ହରଭଜନ ସିଂଙ୍କୁ ଦହି ଏବଂ ଆଚାର ଖାଇବାକୁ ଭଲ ଲାଗେ।

Share