Categories: ଜାତୀୟ

କିଏ ଗଢିବ ହରିୟାଣାରେ ସରକାର? ୫ ସ୍ବାଧୀନ ବିଧାୟକ ଭାଜପାକୁ ଦେଲେ ସମର୍ଥନ

ଚଣ୍ଡିଗଡ଼,୨୫।୧୦: ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ଫଳରେ ଉଭୟ ଭାଜପା ଏବଂ କଂଗ୍ରେସ ସ୍ବାଧୀନ ବିଧାୟକଙ୍କ ସହାୟତା ଲୋଡିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ୪୬ ବିଧାୟକ ଆବଶ୍ୟକ ଥିବାବେଳେ ଭାଜପା ୪୦ଟି ଏବଂ କଂଗ୍ରେସକୁ ୩୧ ଆସନରେ ଜିତିଛନ୍ତି। ଆଞ୍ଚଳିକ ଦଳ ଜନନାୟକ ଜନତା ପାର୍ଟି(ଜେଜେପି)କୁ ୧୦ ଆସନ ମିଳିଥିବାବେଳେ ଆଇଏନଏଲଡିକୁ ୨ ଏବଂ ୮ଟି ଆସନରେ ସ୍ବାଧୀନ ବିଧାୟକ ନିର୍ବାଚିତ ହୋଇଛନ୍ତି। ସରକାର ଗଢିବା ପାଇଁ ଭାଜପାକୁ ୬ଟି ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ୫ ସ୍ବାଧୀନ ବିଧାୟକ ଦଳକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। ସେମାନେ ହେଲେ ରଣଜିତ ସିଂହ, ବଲରାଜ କୁଣ୍ଡୁ, ରଣଧୀର ଗୋଲନ, ରାକେଶ ଦୌଲତାବାଦ ଏବଂ ଗୋପାଳ କାଣ୍ଡା। ଏମାନେ ଦିଲ୍ଳୀ ଆସି ଭାଜପା ହାଇକମାଣ୍ଡଙ୍କୁ ଭେଟିଛନ୍ତି। ତେବେ ଏବେ ଭାଜପାକୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡୁଛି।

Share