କିଏ ସେହି ସାନ୍ତା କ୍ଲଜ୍‌, ଯାହାଙ୍କୁ ପିଲାମାନେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି

ବଡଦିନ ଆସିଲେ ସାନ୍ତା କ୍ଲଜ୍‌ କଥା ମନେପଡେ। ବଡଦିନର ଅନ୍ୟ ଏକ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ସାନ୍ତା କ୍ଲଜ। ଖାସ୍‌ ଭାବେ ପିଲାଙ୍କ ମଧ୍ୟରେ ଏହି ପର୍ବକୁ ନେଇ ବେଶ୍‌ ଉତ୍କଣ୍ଠା ଖେଳିଯାଏ। କାରଣ ସାନ୍ତା କ୍ଲଜ୍‌ ପିଲାମାନଙ୍କ ପାଇଁ ଭଲ ଭଲ ଉପହାର ଆଣିଥାନ୍ତି। ଲମ୍ବା ଦାଢି ରଖି ଧଳା ଏବଂ ଲାଲ ରଙ୍ଗ ଡ୍ରେସ୍‌ ପରିଧାନ କରି ବୁଢା ବେଶରେ ଆସୁଥିବା ଏହି ସାନ୍ତା କ୍ଲଜ ପ୍ରକୃତରେ କିଏ ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ଜାଣନ୍ତୁ କିଏ ସେହି ସାନ୍ତା କ୍ଲଜ୍‌..

ସେଣ୍ଟ ନିକୋଲାସଙ୍କୁ ସାନ୍ତା କ୍ଲଜ୍‌ ଆଖ୍ୟା ଦିଆଯାଇଛି। ସେ ଯିଶୁଙ୍କ ପ୍ରତି ଖୁବ୍‌ ଆସକ୍ତ ଥିଲେ। କୁହାଯାଏ, ସେଣ୍ଟ ନିକୋଲାସଙ୍କ ଜନ୍ମ ତୃତୀୟ ଖ୍ରୀଷ୍ଟାବ୍ଦରେ ତୁର୍କିସ୍ତାନର ମାୟରା ସହରରେ ହୋଇଥିଲା। ସେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ପିଲାବେଳୁ ବାପାମା’ ଛେଉଣ୍ଡ ଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ଏକ ଗିର୍ଜାରେ ପାଦ୍ରି ହୋଇଗଲେ। ଗରିବ ଲୋକଙ୍କୁ ସାହାଯ୍ୟ କରିବା ଏବଂ ଛୋଟ ପିଲାଙ୍କୁ ଉପହାର ଦେବା ତାଙ୍କୁ ବହୁତ ଭଲ ଲାଗୁଥିଲା। ଦୟାଳୁ ପ୍ରକୃତିର ସେଣ୍ଟ ନିକୋଲାସ ଏହି ମହତ୍‌ କାମ କାହାରିକୁ ନ ଜଣାଇ କରୁଥିଲେ। ପିଲାମାନଙ୍କୁ ଉପହାର ମଧ୍ୟ ସେ ରାତିର ଅନ୍ଧକାରରେ ଦେବାକୁ ଆସୁଥିଲେ। ୧୭ ଶତାବ୍ଦୀ ପରେ ସେଣ୍ଟ ନିକୋଲାସଙ୍କୁ ସାନ୍ତା କ୍ଲଜ୍‌ କରିଦିଆଗଲା। ଲୋକମାନେ ସେଣ୍ଟଙ୍କ ଭଳି ପୋଷାକ ପିନ୍ଧି ଲୋକଙ୍କୁ କ୍ରିସ୍‌ମାସରେ ଉପହାର ଦେବାକୁ ଆସିଲେ। ସେବେଠାରୁ ଏହି ପରମ୍ପରା ରହିଆସିଛି।

Share