Categories: ଖେଳ

କିଙ୍ଗ୍ସ ଇଲେଭେନ ପଞ୍ଜାବ କୋଚ୍‌ ହୋଇପାରନ୍ତି କୁମ୍ବଲେ

ନୂଆଦିଲ୍ଲୀ, ୨।୧୦: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ନୂଆ ମୁଖ୍ୟ କୋଚ୍‌ ହୋଇପାରନ୍ତି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଞ୍ଜାବ ଦଳର ସହ ମାଲିକ ନେସ୍‌ ଓ୍ବାଡିୟା, ମୋହିତ୍‌ ବର୍ମନ ଓ ପ୍ରୀତି ଜିଣ୍ଟାଙ୍କ ସହ କୁମ୍ବଲେ ଆଗାମୀ ଦିନରେ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ପରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ନ୍ୟୁଜିଲାଣ୍ଡର ମାଇକ ହେସେନ ପଞ୍ଜାବ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ତେବେ ହେସେନ ଭାରତୀୟ ଦଳର କୋଚ୍‌ ଦୌଡ଼ରେ ରହିବାରୁ ତାଙ୍କୁ ପଞ୍ଜାବ ଦାୟିତ୍ୱରୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେହିପରି କ୍ରିକେଟ୍‌ରୁ ଅବସର ନେବା ପରେ କୁମ୍ବଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କିଛିଦିନ କାମ କରିଥିଲେ। କିନ୍ତୁ ବିରାଟ କୋହଲିଙ୍କ ସହ ମତାନ୍ତର ଯୋଗୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

 

Share