କିଙ୍ଗ୍‌ ଚାଲର୍‌ସ ଜନ୍ମଦିନ ହନର୍ସ ସୂଚୀରେ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ,୧୮।୬: ବ୍ରିଟେନ ସରକାରଙ୍କ ପକ୍ଷରୁ କିଙ୍ଗ୍‌ ଚାଲର୍‌ସ ୩ୟଙ୍କ ପ୍ରଥମ ଜନ୍ମଦିନରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏହି ସୂଚୀରେ ପାଖାପାଖି ୪୦ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ରହିଛି। ଅକ୍ସଫୋର୍ଡ ୟୁନିଭର୍ସିଟିର ଡିରେକ୍ଟର ଅଫ ଗ୍ଲୋବାଲ ଅପରେଶନ୍ସ ଆଟ୍‌ ଦ ଅକ୍ସଫୋର୍ଡ ଭାକ୍ସିନ ଗ୍ରୁପ୍‌ ଡା. ପରଭିନ୍ଦର କୌର ଆଲେଙ୍କୁ ଅଫିସର ଅଫ୍‌ ଦ ଅର୍ଡର ଅଫ୍‌ ଦ ବ୍ରିଟିଶ ଏମ୍ପାଇର (ଓବିଇ) ସମ୍ମାନ ପ୍ରଦାନ କରାଯିବ। ସେହିପରି ପ୍ରଫେସର ପ୍ରୋକାର ଦାସଗୁପ୍ତା, ବ୍ରିଟିଶ-ଭାରତୀୟ ବ୍ୟବସାୟୀ ଅନୁଜ ଚଣ୍ଡେଙ୍କୁ ଓବିଇ ପୁରସ୍କାରରେ ସମ୍ମାନିତ କରାଯିବ। ଶୁକ୍ରବାର ରାତିରେ ପ୍ରକାଶ ପାଇଥିବା ଏହି ସୂଚୀରେ ମୋଟ ୧,୧୭୧ ଜଣଙ୍କ ନାମ ସାମିଲ ଅଛି।

Share