Categories: ଖେଳ

କିଟ୍‌ ରଗ୍‌ବୀ ଦଳକୁ ୩ ଟାଇଟଲ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)-
କିଟ୍‌ ବିଶ୍ୱବିଦ୍ୟାଳୟର ଉଭୟ ମହିଳା ଓ ପୁରୁଷ ରଗ୍‌ବୀ ଦଳ ଚମତ୍କାର ପ୍ରଦର୍ଶନ କରି ୩ଟି ଟାଇଟଲ ହାସଲ କରିଛନ୍ତି। ପଞ୍ଜାବର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ସୋମବାର ଶେଷ ହୋଇଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ରଗ୍‌ବୀ (ମହିଳା ଓ ପୁରୁଷ) ପ୍ରତିଯୋଗିତାରେ କିଟ୍‌ର ଉଭୟ ବାଳିକା ଓ ବାଳକ ଦଳ ଚାମ୍ପିୟନ ହୋଇଛନ୍ତି। ସେହିପରି ଚାମ୍ପିୟନଶିପ୍‌ର ୭ଏସ୍‌ ବର୍ଗରେ ଉଭୟ ମହିଳା ଓ ପୁରୁଷ ଦଳ ଚାମ୍ପିୟନ ହୋଇଥିବା ବେଳେ ୧୫ଏସ୍‌ ବର୍ଗରେ କେବଳ ମହିଳା ଦଳ ଚାମ୍ପିୟନ ହୋଇଛି। ୭ଏସ୍‌ ରଗ୍‌ବୀ ଫାଇନାଲରେ କିଟ୍‌ ପୁରୁଷ ଦଳ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ୧୦-୭ ପଏଣ୍ଟରେ ପରାସ୍ତ କରିଛି। ସେହିପରି ମହିଳା ଦଳ ପାଟଳୀପୁତ୍ର ବିଶ୍ୱବିଦ୍ୟାଳୟକୁ ୧୯-୫ ପଏଣ୍ଟରେ ହରାଇ ଟାଇଟଲ ହାସଲ କରିଛି। ୧୫ ଏସ୍‌ ମହିଳା ବର୍ଗର ଫାଇନାଲରେ କିଟ୍‌ ଦଳ ପଟିଆଲା ବିଶ୍ୱବିଦ୍ୟାଳୟକୁ ୨୪-୬ ପଏଣ୍ଟରେ ପରାସ୍ତ କରିଛି। ପୁରୁଷ ଦଳ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ୧୯-୧୨ ପଏଣ୍ଟରେ ହରାଇ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଏହା ସହିତ ଉଭୟ ଦଳ ୨୦୨୦ ଫେବୃୟାରୀରେ କିଟ୍‌ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଭୟ ଦଳର ଖେଳାଳି, କୋଚ୍‌ଏବଂ ଅଫିସିଆଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share