କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ୬ ବଛ୍‌ରିଆ ଛୁଆ: ଚିକିତ୍ସା ଲାଗି ଟଁକା ବାଧକ୍‌

ଜୁନାଗଡ,୧୨।୫(ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କୁଲିହାରୀ ଗାଁର ଧନେଶ୍ୱର ବାଗକଁର ୬ ବଛର୍‌ର ପୁଓ ସୁରେନ୍ଦ୍ର ୪ ବଛର ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏହେଦେ ସୁରେନ୍ଦ୍ରର ଖେଲବା ବୁଲବାର ବଏସ୍‌ ହେଇଥିଲାବେଲେ କିଡ଼୍‌ନୀ ରୋଗ୍‌ ଲାଗି ସେ ସବୁବେଲେ ଘରେ ପଡ଼ି ରହୁଛନ୍‌। ରୋଗ୍‌ର ପରଭାବରେ ତାକର ପେଟ୍‌ କେତେବେଲେ ଫୁଲି ଯାଉଚେ ତ କେତେବେଲେ ଉସ୍‌ରି ଯାଉଛେ। ଇଆଡ଼େ ଟଁକା ପଏସା ଅଭାବୁ ବାପ୍‌ ଧନେଶ୍ୱର ଆର ମା’ କୁମୁଦିନୀ ପୁଓର ଚିକିତ୍ସା କରେଇ ନାଇଁପାରି କରି ଦୁଖେ ଭାଂଗି ପଡ଼ିଛନ୍‌।

ସୂଚନା ଅନ୍‌ସାରେ, ସୁରେନ୍ଦ୍ରକେ ୨ ବଛର ହେଇଥିଲାବେଲେ ହଠାତ୍‌ ଦିନେ ତାକର ଆଏଁଖ୍‌ ଫୁଲିଗଲା। ଧନେଶ୍ୱର ସୁରେନ୍ଦ୍ରକେ ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନାକେ ନେଇ ଦେଖେଇଥିଲେ। ସେଠାନେ ଡାକ୍‌ତର ସୁରେନ୍ଦ୍ରକେ ଉଷୋକଷା ଦେବାର ସଂଗେ ଭିଟାମିନ ଅଭାବୁ ଏନ୍‌ତା ହେଇଛେ ବଲି କହିଥିଲେ। ସେ ଉଷୋକଷାରେ ସୁରେନ୍ଦ୍ରର ଆଏଁଖ୍‌ ଫୁଲା କମିଯାଇଥିଲା। ଦିନାକେତେ ଉତାରୁ ସୁରେନ୍ଦ୍ରର ଦିହିମୁଡ଼ ଫୁଲିବସଲା। ଧନେଶ୍ୱର ପୁଓକେ ନେଇ ଜୁଡ଼ାଗଡ଼ ଆର ପଛେ ଭବାନୀପାଟନା ଜିଲା ମୁଖିଆ ଡାକ୍‌ତରଖାନାରେ ଚିକିସତ୍ା ଲାଗି ଭରତି କରିଥିଲେ। ସେଠାନେ ଡାକ୍‌ତର ପରିସ୍ରାରେ ସମସିଆ ଅଛେ ଯେନ୍‌ଥିରଲାଗି ଏନ୍‌ତା ହେଇଛେ ବଲି କହିଥିଲେ। ସେ ସମିଆରେ ସୁରେନ୍ଦ୍ରକେ ଚିକିସତ୍ା ଲାଗି ଡାକ୍‌ତରଖାନାରେ ୧୭ ଦିନ୍‌ ତକ୍‌ ଭରତି କରାଯାଇଥିଲା। ପଛେ ଧନେଶ୍ୱର ଧାର ଉଧାର କରି ପୁଓକେ ଚିକିସତ୍ା ଲାଗି କଟକ ବଡ଼ ଡାକ୍‌ତରଖାନାକେ ନେଇଥିଲେ। ସେଠାନେ ଶିଶୁଭବନରେ ସୁରେନ୍ଦ୍ରର ଦିନାକେତେ ଚିକିତ୍ସା କରାଯାଇଥିଲା। ହେଲେ ଟଁକା ପଏସା ଅଭାବୁ ଧନେଶ୍ୱର ପୁଓର ଅଧାପନତରିଆ ଚିକିସତ୍ା କରେଇ ଘରକେ ଫିରି ଆଏଲେ। ସେଦିନ୍‌ଠାନୁ ସୁରେନ୍ଦ୍ର ଚିକିସତ୍ିତ ନାଇଁ ହେଇକରି ଘରେ ପଡ଼ିରହିଛନ୍‌। ରୋଗ୍‌ ଲାଗି ଅନେକ ସମିଆରେ ସୁରେନ୍ଦ୍ରର ପେଟ୍‌ ଫୁଲିଯାଥିବାର ଉସ୍‌ରି ଯାଉଥିବାର ଦେଖ୍‌ବାକେ ମିଲୁଛେ। ରୋଗ୍‌ ଲାଗି ସୁରେନ୍ଦ୍ର ପାଠ୍‌ପଢ଼ା ମୂଲ ନାଇଁ କରିପାରି। ଧନେଶ୍ୱର କୁଲି ମଜୁରି କରି କୁଟୁମ ପୁଷୁଥିଲାବେଲେ ଏନ୍‌ତାଥି ପୁଓର ଚିକିସତ୍ା ଲାଗି ଟଁକା କାହିଁ। ଏନ୍‌ତାଥି ପୁଓର ଚିକିସତ୍ା ଚିନ୍‌ତାରେ ଦୁଇ ମାଏଝି ମୁନୁଷ୍‌ ଭାଂଗି ପଡ଼ିଛନ୍‌। ପୁଓର ଚିକିସତ୍ା ଲାଗି ସରକାରୀ କି କେହେନ୍‌ସି ସହୁରୁଦ୍‌ ଲୋକ୍‌ର ସାହାଯ୍‌କେ ଧନେଶ୍ୱର ଆର କୁମୁଦିନୀ ଚାହିଁ ବସିଛନ୍‌। ଇ ବାବ୍‌ଦେ ଜୁନାଗଡ଼ ଗୋଷ୍ଠୀ କାର୍ଯ୍ୟକ୍ରମ ପ୍ରବନ୍ଧକ(ବିପିଏମ୍‌)କୁଁ ପଚରାଲାରୁ ସୋମବାର ଆରବିଏସକେ ଟିମ ପୁହୁଁଚି ତାକର ଦିହିପା ଯଁାଚ୍‌କରବେ। ଆଗ୍‌କେ ଯେନ୍‌ଟା ହେବା ଫେନ୍‌ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।