କିଡ଼୍‌ନୀ ରୋଗ୍‌, ପିଇଲା ପାଏନ୍‌ ସମସିଆ: ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖ୍‌ଲେ ଦୁଇ ବହେନ୍‌

ଅମରପାଲି, ୭।୩ (ଡି.ଏନ.ଏ)- ପ୍ରଧାନମନ୍ତ୍ରୀ ଜୀ, ନମସ୍କାର। ଆମର ଗଁ। ଆର ଅଂଲଚରେ ଅନେକ ଲୋକ୍‌ କିଡ଼୍‌ନୀ ରୋଗରେ ପଡ଼ିଛନ୍‌। ଅନେକ ଲୋକ୍‌ ଇ ରୋଗ୍‌ରେ ପଡ଼ି ମରିଗଲେନ। ଏହେଦେ ଯେନ୍‌ମାନେ ଚିକିଛିତ ହେଉଛନ୍‌ ସେମାନକୁ ଡାକ୍‌ତର କହୁଛନ୍‌ ଫ୍ଲୋରାଇଡ ମିଶା ପାଏନ୍‌ ପିଇବାର ଲାଗି ଇ ରୋଗ୍‌ ବହପୁଛେ। ଆମର ଗଁାଟା ପାହାଡ଼ିଆ ଅଂଚଲରେ ଥିଲାବେଲେ ନିରମଲ ପିଇଲା ପାଏନ୍‌ ନାଇଁ ମିଲବାର। ଗଁାବାସୀକୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରବାର ସଂଗେ ରୋଗ୍‌ରେ ପୀଡ଼ିତ ଲୁକ୍‌କୁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଆମେ ଆପନ୍‌କୁ ଅନୁରୋଧ କରୁଛୁଁ। ଠିକ୍‌ ଏନ୍‌ତା କିଛି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଚିଠି ଲେଖି ଅନୁରୋଧ କରିଛନ୍‌ ସ୍କୁଲ ପଢ଼ୁଆ ଦୁଇ ବହେନ।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ବହଲପଦର ପଁଚେତ୍‌ର ଅମରପାଲି ଗଁାର ପ୍ରାଣବନ୍ଧୁ ସାହୁକଁର ଦୁଇ ଝି’ ଇପସିତା ଅନନ୍ୟା ସାହୁ ଆର ଆରାଧ୍ୟା ଅନୁଭା ସାହୁ। ଇପସିତା ଅମରପାଲି ୟୁପି ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲାବେଲେ ବହେନ୍‌ ଆରାଧ୍ୟା ୨ୟ ଶ୍ରେଣୀରେ ପଢ଼ୁଛନ୍‌। ଦୁଇ ବହେନ୍‌ ଗଁାର ଆର ଅଂଚଲବାସୀକର ସମସିଆର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଚିଠି ଲେଖି ଅନୁରୋଧ କରିଛନ୍‌। ସେମାନକର ଇ କାଯ୍‌କେ ଗଁାବାସୀ, ଅଂଚଲବାସୀ ବଡ଼ଭାରି ପରଶଁସା କରିଛନ୍‌। ସେନ୍‌ତା ଦୁଇ ବହେନ୍‌ ପ୍ରଧାନମନ୍ତ୍ରୀ ଆମର ଚିଠି ପାଏଲା ଉତାରୁ ଅଂଚଲବାସୀକର ଦୁଖ୍‌ ଆର ସମସିଆର ସମାଧାନ ନିହାତି କରବେ ବଲି କହିଛନ୍‌। ବୀରମହାରାଜପୁର ବ୍ଲକର ବହଳପଦର ଆର ଦୁର୍ଜନତୈଲା ପଁଚେତ୍‌ ଜିଲାର ସୀମାନାରେ ରହିଛେ। ଅନେକ ସମିଆରେ ଇ ଦୁଇ ପଁଚେତ୍‌ରେ ଲୋକ୍‌ ଠିକ୍‌ ଭାବେ ସୁଆସ୍‌ତିଅ ସେବା ବି ନାଇଁ ପାଇପାରବାର। ସେନ୍‌ତା ଅଂଚଲର ଅମରପାଲି, ବହଳପଦର, ଗୁଦଗୁଦା, ଗୌଡ଼ଗାଡ଼, ଦାଦରପାଲି, ଦୁର୍ଜନତୈଳା, ସୁରଧାପାଲି, କେନ୍ଦୁପାଲି ଗଁାରେ ଅନେକ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ବଛର କେତେଟା ଭିତରେ ଅଂଚଲର ଶତାଧିକ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ମଲେନ। ଅଂଚଲରେ ପାଖାପାଖି ୧୫୦ରୁ ଅଧ୍‌କା ଲୋକ୍‌ ରୋଗ୍‌ରେ ପୀଡ଼ିତ ଥିବାର ଅଭିଯୋଗ ହେଉଛେ। ସେନ୍‌ତା ଫିମାସ ରୋଗ୍‌ରେ ଅଂଚଲର ଦୁଇଝନ୍‌ ଲେଖେଁ ମରୁଥିବାର ଜନାଯାଇଛେ। ଇ ବାବ୍‌ଦେ ଭିନେ ଭିନେ ସମିଆରେ ବିଭାଗୀୟ ଅଧ୍‌କାରୀମାନକୁ ଅଭିଯୋଗ କଲେ ବି ଆଏଁଖ୍‌ ଦୁରଶିଆ ପଦକ୍ଷେପ ନାଇଁ ନିଆଯିବାର। ଅଭିଯୋଗ ହେଲେ ବିଭାଗ ତରଫୁ ଗୁଟେ ଡାକ୍‌ତରିଦଲ ଆସି କିଛି ଲୁକ୍‌କର ରକତ୍‌ ନମୁନା ପରୀକ୍ଷା ଲାଗି ନେଉଛନ୍‌। ହେଲେ ପରୀକ୍ଷାର ଫଲାଫଲ କାଣା ହେଲା କେହି ଜାନି ନାଇଁପାରବାର। ଏନ୍‌ତା କି ଅଂଚଲର ଭିନେ ଭିନେ ନଲ୍‌ଚୁଅଁାର ପାଏନ୍‌ ନମୁନା ପରୀକ୍ଷା ଲାଗି ନେଇଥିଲେ ବି ତାର ରିପୋର୍ଟ ନାଇଁ ଦେଉଥିବାର ଲୋକ ଅଭିଯୋଗ କରୁଛନ୍‌। ଇ ଘଡ଼ିସଁଧି ସମିଆରେ ଦୁଇ ବହେନ୍‌ ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖି ଅଂଚଲବାସୀକର ଦୁଖ୍‌, ସମସିଆର ସମାଧାନ କରବାକେ ଅନୁରୋଧ୍‌ କରବାର ଘଟନାକେ ନେଇ ଲୋକ୍‌ ସେମାନକୁ ଗୁରଦୁଟେ ପରଶଁସା କରିଛନ୍‌। ସେନ୍‌ତା ପ୍ରଧାନମନ୍ତ୍ରୀ ଇ ଦୁଇ ଛୁଆକର ଅନୁରୋଧ ରକ୍ଷା କରବେ ବଲି ଅଂଚଲବାସୀ ବି ଆଶ୍‌ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଅମରପାଲି,୧୮ା୪(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଟ୍ରଷ୍ଟ ସାଧାରଣ ସମ୍ପାଦକ...

ବାଇକ୍‌ ଉପରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ସୋନପୁର,୬।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଖାରୀ-ବଲାଡି ରାସ୍ତାରେ ରବିବାର ଏକ ସର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବଲାଡି ପୋଲ ନିକଟରେ ବାଇକ୍‌କୁ ଏକ ହାଇଓ୍ବା ଧକ୍କା...

ବହଳପଦରରେ ରାସ୍ତାରୋକ, ଗାଡିମଟର ଚଳାଚଳ ବାଧାପ୍ରାପ୍ତ

ଅମରପାଲି,୩୦।୩(ପୀତାମ୍ବର ସାହୁ): ଜୋର ଜବରଦସ୍ତ ବିଦ୍ୟୁତ ବିଲ ସଂଗ୍ରହକୁ ବିରୋଧ କରି ଆନ୍ଦୋଳନ ତେଜିଛି। ବଦ୍ୟୁତ ବିଲ ନ ଦେବାରୁ ଟାଟାପାୱାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ...

ଦିବ୍ୟାଙ୍ଗଙ୍କ ଘର ଜାଳିଦେଲେ ନିଶାଶକ୍ତ ଯୁବକ: ସବୁକିଛି ହୋଇଗଲା ଛାରଖାର

ଅମରପାଲି, ୨୭/୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୁଦଗୁଦା ଗ୍ରାମରେ ଜଣେ ଦିବ୍ୟାଙ୍ଗଙ୍କ ଘରକୁ ଗୁରୁବାର ଅପରାହ୍ନରେ ଜଣେ ନିଶାଶକ୍ତ...

‘ଉତ୍ତମ ଶିକ୍ଷା ପାଇଲେ ପିଲାମାନେ ଭବିଷ୍ୟତରେ ଭଲ ମଣିଷ ହୋଇପାରିବେ’

ଅମରପାଲି,୨୭ା୩(ପୀତାମ୍ବର ସାହୁ): ଶିକ୍ଷା ସମସ୍ତଙ୍କ ପାଇଁ ଆବଶ୍ୟକୀୟ। ମାତ୍ର ଉତ୍ତମ ଶିକ୍ଷା ପାଇଲେ ପିଲାମାନେ ଭବିଷ୍ୟତରେ ଭଲ ମଣିଷ ହେବାର ଅଧିକ ସମ୍ଭାବନା ରହିଥାଏ। କୁଶିକ୍ଷା...

ମନ୍ତ୍ରୀଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ

ସୋନପୁର,୨୫l୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କେଉଟ, ଧିବର ଓ କୈବର୍ତ୍ତ ହଟାଅ ଅଲ୍‌ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ...

ଜିଲାପାଳଙ୍କ ଜନସମ୍ପର୍କ ଶିବିର: ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କଲେ ଜିଲାପାଳ

ଡୁଙ୍ଗୁରିପାଲି, ୨୨/୩ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମପଞ୍ଚାୟତ ପରିସରରେ ଶୁକ୍ରବାର ଜିଲାପାଳଙ୍କ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିବାର ୧ ମାସ ପରେ, ଜଗବନ୍ଧ ଗ୍ରାମରୁ ଗଡିଲା ଲକ୍ଷ୍ମୀ ବସ

ଡୁଙ୍ଗୁରିପାଲି ୨୦।୩(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଗଜବନ୍ଧ ଗ୍ରାମପଞ୍ଚାୟତରେ ବୁଧବାର ସକାଳ ୭ଟାରୁ ଲକ୍ଷ୍ମୀ ବସ ବାହାରି ଡୁଙ୍ଗୁରିପାଲି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image