କିଡ଼୍‌ନୀ ରୋଗ୍‌ ବହପିବାର ଘଟନା:ପିତବାସପୁରରେ ପୁହୁଁଚିଲା ଡାକ୍‌ତରି ଦଲ

କୋକସରା, ୯ା୭ (ଡି.ଏନ୍‌.ଏ):
କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡ଼ୁଗଁା ପଁଚେତ୍‌ ପିତବାସପୁରରେ ଗଲା ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ ବହପିବାରେ ଲାଗିଛେ। କିଡ଼୍‌ନୀ ରୋଗ୍‌ରେ ଗଁାର ଝନକର ମୁରତୁ ହେଇଥିଲାବେଲେ ଆର ଝନେ କଟକ ବଡ଼ ଡାକ୍‌ତରଖାନାରେ ମୁରତୁ ସଂଗେ ଯୁଝୁଛନ୍‌। ସେନ୍‌ତା ଗଁାର ୨୦ରୁ ଅଧ୍‌କା ମହିଲା ଆର ପୁରୁଷ ରୋଗ୍‌ରେ ପୀଡ଼ିତ ଥିଲାବେଲେ ସେମାନେ ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ିତ ହେଇ ନିରାଶ ହେଇଛନ୍‌।
ସୂଚନା ଅନ୍‌ସାରେ ଗଁାର ହୀରାମଣି ନିଆଲ(୪୮), ଯଦୁମଣି ନିଆଲ (୬୫), ବୁଧ ନିଆଲ (୬୫), ଫଗନୁ ନିଆଲ(୫୮), ଭାନୁମତି ନିଆଲ(୫୦), ଉର୍ବଶୀ ନିଆଲ (୩୭), ରସିକ ନିଆଲ (୪୦), ସୁନ୍ଦର ନିଆଲ(୫୦), ପୁରୁଷୋତ୍ତମ ନିଆଲ (୩୩) ଆର ପୂର୍ଣ୍ଣମୀ ନିଆଲ(୪୫) କିଡ଼୍‌ନୀ ରୋଗରେ ପୀଡ଼ିତ ଥିବାର ଜନାଯାଇଛେ। ଇମାନେ ଦିହିପା ଖରାପ ହେଲାରୁ ଜିଲାର ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ିତ ହେଇ ନିରାଶ ହେଇଥିଲେ। ପଛେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଗୁଟେ ଘରୋଇ ଡାକ୍‌ତରଖାନାରେ ପରୀକ୍ଷା ନିରୀକ୍ଷା କଲାରୁ ଇମାନେ ସଭେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ସେନ୍‌ତା ଗଁାର ଭାଗିରଥି ନିଆଲ(୫୮) ଏହେଦେ କଟକ ବଡ଼ ଡାକ୍‌ତରଖାନାରେ ଚିକିସତ୍ିତ ହେଉଥିବାର ଜନାପଡ଼ିଛେ। ଇ ବାବ୍‌ଦେ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପିତବାସପୁରରେ ବହପୁଛେ କିଡ଼୍‌ନୀ ରୋଗ୍‌: ଚେତି ଶୁଇଛେ ସୁଆସ୍‌ତିଅ ବିଭାଗ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ଜିଲା ସୁଆସ୍‌ତିଅ ବିଭାଗର ଚେତା ପଶିଥିଲା। ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀ ଡା.ବନଲତା ଦେବୀକଁର ନିରଦେଶ ଆର କୋକସରା ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍‌କାରୀ ଡା.ତତ୍ତ୍ୱଦର୍ଶୀ ଦାସକଁର ମଂଗୁଆଲତିରେ ସୋମବାର ଗୁଟେ ଡାକ୍‌ତରି ଦଲ ପିତବାସପୁର ଗଁାରେ ପୁହୁଁଚିଥିଲା। ଗଁାର ୧୦ ଝନକର ଦିହିପା ପରୀକ୍ଷା କରିଥିଲାବେଲେ ସେ ଭିତରୁ ୩ ଝନକର କିଡ଼୍‌ନୀ ରୋଗ୍‌ ଥିବାର ଡାକ୍‌ତରି ଦଲ ସୂଚନା ଦେଇଥିଲେ। ସେମାନେ ହେଲେ ଗଁାର ଜ୍ୟୋତି ନିଆଲ(୬୫), ଫଗନୁ ନିଆଲ(୫୮) ଆର ରସିକ ନିଆଲ(୪୦)। ଇଆଡ଼େ ଗଁାରେ ଲୁକ୍‌କର ବେଭାର ଲାଗି ୪ଟା ନଲ୍‌ଚୁଅଁା ରହିଥିଲାବେଲେ ହରିଜନ ପଡ଼ାରେ ଗୁଟେ ନଲ୍‌ଚୁଅଁା ରହିଛେ। ହରିଜନ ପଡ଼ାର ନଲ୍‌ଚୁଅଁା ପାଏନ୍‌ ବେଭାର କରି ପଡ଼ାବାସୀ ନାନା ରୋଗ୍‌ରେ ପଡ଼ୁଥିବାର ସେମାନେ ଅଭିଯୋଗ କରିଛନ୍‌। ସେନ୍‌ତା କୋକସରା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫୁ ଗଁାରେ ଥିବାର ନଲ୍‌ଚୁଅଁାମାନକର ପାଏନ୍‌ ନମୁନା ପରୀକ୍ଷା ଲାଗି ପଠାଯାଇଥିବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅଜିତ ସେଠି କହିଛନ୍‌। ଇଆଡ଼େ ଗଁାରେ ରୁଗୀକରନୁ ଠୁଲାଯାଇଥିବାର ଭିନେ ଭିନେ ରକତ୍‌ ନମୁନାର ପରୀକ୍ଷା ଲାଗି ଜିଲା ମୁଖିଆ ଡାକ୍‌ତରଖାନା ପଠାଯିବା ବଲି ଡାକ୍‌ତରି ଦଲ ସୂଚନା ଦେଇଛେ। ଇ ଡାକ୍‌ତରି ଦଲରେ ପିଏଚ୍‌ଇଓ ଚିଦାନନ୍ଦ ପଣ୍ଡା, ବିପିଏମ୍‌ଓ ଏମ୍‌.ରାଜଶେଖର, ମୋବାଇଲ ହେଲ୍‌ଥ ୟୁନିଟର କରମଚାରୀ ସମେତ ଲଡ଼ୁଗଁା ସରପଁଚ୍‌ କହ୍ନେଇ ଚରଣ ଦାସ ଉପସ୍ଥିତ ଥିଲେ।

Share