କିଡ୍‌ନୀ ଖରାପ ହେଲେ ଦେଖାଦେଇଥାଏ ଏସବୁ ଲକ୍ଷଣ

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ସାବଧାନ ହେବା ନିହାତି ଜରୁରୀ। ପ୍ରାରମ୍ଭିକ ସ୍ତରରେ କିଡ୍‌ନୀ ଖରାପ ହେଲେ ଜଣାପଡ଼ି ନ ଥାଏ। ମାତ୍ର ଯେତେବେଳେ ଜଣାପଡ଼େ ସେତେବେଳକୁ ସବୁ ସରି ଯାଇଥାଏ। କିନ୍ତୁ ଏହା ପୂର୍ବରୁ କିଛି ଲକ୍ଷଣ ଦେଖାଦେଇଥାଏ। ଏହାକୁ ଛୋଟମୋଟ ନ ଭାବି ବା ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଜାଣନ୍ତୁ ଏ ସମ୍ପର୍କରେ…

– ଶରୀର ଦୁର୍ବଳ ହୋଇପଡ଼ିବା

– ସବୁବେଳେ ଥକ୍କା ଲାଗିବା

– ବାରମ୍ବାର ପରିସ୍ରା ଲାଗିବା

– ବିଶେଷକରି ରାତିରେ ଅଧିକ ଥର ପରିସ୍ରା ଉଠିବା

– ରାତିରେ ନିଦ ନ ହେବା

– ହଠାତ୍‌ ଦେହହାତ କୁଣ୍ଡାଇ ହେବା।

– ଭୋକ ନ ଲାଗିବା ଆଦି ସମସ୍ୟା ଦେଖାଦେଇଥାଏ।
ତେଣୁ ଏସବୁ ଲକ୍ଷଣ ଦେଖାଦେଲେ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।