କିଡ୍‌ନୀ ରୋଗ୍‌ରେ ପୀଡ଼ିତ ଧୁବଲ: ଟଁକା ଅଭାବୁ ଅଟ୍‌କିଛେ ଚିକିଛା

ଲୋଇସିଂହା, ୨୫।୧୨ (ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗଁା(ଖ) ପଁଚେତ୍‌ ସାନଟିକା ଗଁାର ଧୁବଲ ପଧାନ(୪୫)। ଦୁଇ ବଛର ହେଲା କିଡ୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ସେ ଝନେ ନିହାତି ଗରିବ୍‌ ଲୋକ୍‌। ଧାର ଉଧାର କରି ଅନେକ ଟଁକା ପଏସା ସାଏଲା ଉତାରୁ ବି କିଛି ଲାଭ ନାଇଁ ହେବାର।
ସୂଚନା ହିସାବେ ସାନଟିକା ଗଁାର ଧୁବଲ ପଧାନକଁର ପରିବାର କହେଲେ ମାଏକିନା ଆର ୩ ଝି’କୁ ନେଇ ସଁସାର। ବଡ଼ଖା ଝି’କେ ବିହାଚୁରା କରି ସାରିଥିଲାବେଲେ ବାକି ଦୁଇ ଝି’ ପଢ଼ାପଢ଼ି କରୁଛନ୍‌। ଧୁବଲ ଝନେ ନଁାକେ ଚାଷୀ। ସେ ପରିବାରର ଝନେ ବଲି ରୁଜ୍‌ଗାରିଆ ଲୋକ୍‌। ଚାଷ୍‌ବାସ କରି କୁଟୁମ ପୁଷୁଥିଲେ। ଆଏଜ୍‌କେ ୨ ବଛର ତଲେ ସେ କିଡ୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ଏନ୍‌ତାଥି ସେ ନିଜର ଦେଢ଼ ଏକର ଜମିରୁ କେତେ ବିକାଭଂଗା କରି ଭୁବନେଶ୍ୱରରେ ଚିକିଛିତ ହେଉଛନ୍‌। ହେଲେ ଏହେଦେ ଟଁକା ପଏସା ଅଭାବୁ ଚିକିଛିତ ନାଇଁ ହେଇପାରି କରି ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌। ଇ ପରିବାରଟା ନିହାତି ଗରିବ୍‌ ହେଇଥିଲେ ବି ସରକାରୀ ସୁବିଧାରୁ ବଁଚିତ୍‌ ଥିବାର ଗଁାର ସୁନୀଲ ପଧାନ କହିଛନ୍‌। ଜିଲା ପରଶାସନ ଇ ଦୁଖି ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ଚିକିଛା ସାହାଯ୍‌ ସଂଗେ ବାକି ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।