କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ। ଅଙ୍ଗୁରରେ ପୋଟାସିୟମ ସହିତ ପ୍ରଚୁର ପରିମାଣରେ ଜଳୀୟ ଅଂଶ ଅଛି। ଏଥିରେ ଆଲୁବୁମିନ୍‌ ଓ ସୋଡିୟମ କ୍ଲୋରାଇଡ଼୍‌ ମଧ୍ୟ ରହିଥାଏ। ଏହା ଶରୀରରେ ଥିବା ବିଭିନ୍ନ ଜଳୀୟ ଅଂଶର ଦ୍ରବଣୀୟତା ବୃଦ୍ଧି କରିଥାଏ। ଫଳରେ ଅସମୋରେଗୁଲେସନ୍‌ ପ୍ରକିୟା ସ୍ବାଭାବିକ ଭାବେ ସମ୍ପନ୍ନ ହୁଏ। ଏହାଦ୍ୱାରା କିଡ୍‌ନୀ ଉପରେ ଚାପ କମିଥାଏ । ଫଳରେ ଶରୀର ସୁସ୍ଥ ରହିଥାଏ।