କିଡ୍‌ନୀ ଷ୍ଟୋନ ଦୂରକରିବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ଉପାୟ..

ସପୁରୀ, ଏକ ସ୍ବାଦିଷ୍ଟ ଫଳ। ଏଥିରେ ଭିଟାମିନ୍‌ ଏ, ଭିଟାମିନ୍‌ ସି, ପୋଟାସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଓ ଫସଫରସ୍‌ ଭରପୂର ମାତ୍ରାରେ ରହିଥାଏ। ଏହା ଶରୀର ପାଇଁ ବେଶ୍‌ ଉପକାରୀ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦିଅନ୍ତି।
-ଆଥର୍‌ରାଇଟିସ୍‌ ସମସ୍ୟା ଥିଲେ ସପୁରୀ ଖାଇଲେ ଏଥିରୁ ମୁକ୍ତି ମିଳିଥାଏ। ଆଣ୍ଠୁଗଣ୍ଠିରେ ପୋଡ଼ାଜଳା ହେଉଥିଲେ ସପୁରୀ ରସ ଏଥିପାଇଁ ଭଲ କାମକରେ।
-ସପୁରୀ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ବର୍ଷାଦିନିଆ କିଛି ଛୋଟମୋଟ ରୋଗରୁୁ ଏହା ଶରୀରକୁ ଦୂରେଇ ରଖିଥାଏ।
-ଆଜମା ସମସ୍ୟା ଥିଲେ ନିୟମିତ ସପୁରୀ ରସ ପିଇଲେ ଏହା ଠିକ୍‌ ହୋଇଥାଏ। କାରଣ ଆଜମା ସମୟରେ ଯେଉଁ କଫ ସୃଷ୍ଟି ହୁଏ ସପୁରୀ ରସ ତାହା କରାଇ ଦେଇ ନ ଥାଏ।
-କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ ନିୟମିତ ସପୁରୀ ରସ ପିଇଲେ ଏହା ଠିକ୍‌ ହୋଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି।