କିଡ୍‌ନୀ ସମସ୍ୟା ଦୂରକରେ ତେଜପତ୍ର

ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ତେଜପତ୍ର। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍‌, ମାଙ୍ଗାନିଜ୍‌, ସେଲେନିୟମ ଓ ଆଇରନ୍‌ ପ୍ରଚୁର ପରିମାଣରେ ରହିଛି। ଏହା ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆୟୁର୍ବେଦର ବର୍ଣ୍ଣନା ଅନୁଯାୟୀ ଏହା କିଡ୍‌ନୀ ସମସ୍ୟାକୁ ଦୂରେଇ ଦେବାରେ ସାହାଯ୍ୟ କରିଥାଏ।
– କିଡ୍‌ନୀରେ ପଥର ହୋଇଥିଲେ ଜେତପତ୍ରକୁ ପାଣିରେ ସିଝାଇ ଥଣ୍ଡା କରି ପିଇଲେ ଲାଭ ମିଳିଥାଏ। ଏହା ପଥୁରି ରୋଗକୁ ଠିକ୍‌ କରିବା ସହ ଆଉ କିଛି କିଡ୍‌ନୀ ସମସ୍ୟାକୁ ମଧ୍ୟ ଠିକ୍‌ କରିଥାଏ।
– ଚା’ରେ ତେଜପତ୍ର ପକାଇ ପିଇଲେ ପେଟ ସମସ୍ୟା ଦୂର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଏହାସହ କୋଷ୍ଠ କାଠିନ୍ୟ, ଏସିଡିଟି, ପେଟମୋଡିବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।
– ଡାଇବେଟିସ୍‌ ବା ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଲାଭଦାୟକ।
– ଅପସ୍ମାର ବା ମୂର୍ଚ୍ଚା ରୋଗୀଙ୍କ ପାଇଁ ତେଜପତ୍ର ବେଶ ଉପକାରୀ। ତେଜପତ୍ର ଧୂଆଁକୁ ଅପସ୍ମାର ରୋଗୀ ସେବନ କଲେ ଏହା ଠିକ୍‌ ହୋଇଥାଏ।
– ଯଦି ଶରୀରର କେଉଁ ଅଂଶରେ ଦରଜ ଲାଗୁଛି ତେବେ ତେଜପତ୍ର ବାଟି ମାଲିସ୍‌ କଲେ ଆରାମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri